www.samajalive.in
Saturday, December 6, 2025
16.1 C
Bhubaneswar

ଅଗଷ୍ଟ ୧୫ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ; ମାନବ ବୋମା ରୂପରେ ଆକ୍ରମଣ କରି ପାରନ୍ତି ଆତଙ୍କୀ

ନୂଆଦିଲ୍ଲୀ : ଦିନକ ପରେ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆତଙ୍କବାଦୀ ମାନେ ଦେଶରେ ଆତଙ୍କ ଖେଳାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ୧୫ ଅଗଷ୍ଟ ଅବସରରେ ମାନବ ବୋମା ରୂପରେ ଆକ୍ରମଣ କରି ପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁପ୍ତଚର ସଂସ୍ଥା ସତର୍କ ସୂଚନା ଜାରି କରିଛନ୍ତି। ଆତଙ୍କବାଦୀମାନେ ଭିଭିଆଇପି ମାନଙ୍କୁ ଟାର୍ଗେଟ କରି ପାରନ୍ତି ବୋଲି ଆଶଙ୍କା କରାଯାଉଛି । ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ଆକ୍ରମଣ ପରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

୨୫ ଅଗଷ୍ଟରେ ଶୁକ୍ର କରିବେ ଚଳନ: ମୋତି ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ..

- Advertisement -

ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଲସ୍କର-ଇ-ତଇବା, ଟିଆରଏଫ ଏବଂ ଜୈସ – ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ସବୁ ଦିଗରେ ସାହାଯ୍ୟ କରୁଛି ଏବଂ ଏହି ସଂଗଠନଗୁଡ଼ିକୁ ଆକ୍ରମଣ କରିବାକୁ ଉତ୍ସାହିତ କରୁଛି। କାଠୁଆ, ଡୋଡା, ଉଦମପୁର, ପୁଞ୍ଛ ଏବଂ ରଜୈାରୀରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ, ସଶସ୍ତ୍ର ଆତଙ୍କବାଦୀମାନେ ଏବେ ମଧ୍ୟ ଭାରତରେ ଅଛନ୍ତି ଏବଂ ସେମାନଙ୍କ ଯୋଜନା ଅନୁଯାୟୀ ଭିଆଇପି ଲୋକଙ୍କୁ ଟାର୍ଗେଟ କରି ପାରନ୍ତି।

ଦେଖନ୍ତୁ ଭିଡିଓ ; ଖଟ ଗଦି ତଳେ ଲୁଚି ରହିଥିଲା ସାପ, ଧରିବା ମାତ୍ରେ..

ଜନଗହଳି ପୂର୍ଣ୍ଣ ସ୍ଥାନ ଏବଂ ପ୍ରସିଦ୍ଧ ସ୍ଥାନ ଗୁଡିକୁ ଟାର୍ଗେଟ କରା ଯିବାର ସମ୍ଭାବନା ରହିଛି । ଜୈସ – ଇ-ମହମ୍ମଦ ଏବଂ ଲସ୍କରଙ୍କ ପାଇଁ ଦିଲ୍ଲୀ ସର୍ବଦା ଏକ ପ୍ରମୁଖ ଟାର୍ଗେଟ ରହି ଆସିଛି । ପାକିସ୍ତାନ କ୍ରମାଗତ ଭାବରେ ଡ୍ରୋନ୍ ମାଧ୍ୟମରେ ପୁଞ୍ଛ ଏବଂ ଜମ୍ମୁକୁ ଅସ୍ତ୍ର ପଠାଉଛି। ସ୍ୱାଧୀନତା ଦିବସ ଅବସରରେ ଅନେକ ଭିଭିଆଇପି ଏବଂ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ବସିଥାଆନ୍ତି । ଏସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ଏବଂ ଦିଲ୍ଲୀ ସୀମାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories