୨୫ ଅଗଷ୍ଟରେ ଶୁକ୍ର କରିବେ ଚଳନ: ମୋତି ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗୋଟିଏ ରାଶିରୁୁ ଅନ୍ୟ ଏକ ରାଶିକୁ ଚଳନ କରି ଥାଆନ୍ତି । ଧନ-ସମ୍ପତ୍ତିର କାରକ ଶୁକ୍ର ୨୫ ଅଗଷ୍ଟରେ କନ୍ୟା ରାଶିରେ ପ୍ରବେଶ କରିବେ । ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବା ପରେ ସମସ୍ତ ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ । ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ତେବେ କିଛି ସ୍ୱତନ୍ତ୍ର ରାଶିଙ୍କ ଭାଗ୍ୟ ମୋତି ଭଳି ଚମକିବ..

ସିଂହ – ଶୁକ୍ରଙ୍କ ଚଳନ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭଙ୍କର । ଆପଣଙ୍କୁ ହଠାତ୍‌ ଧନ ଲାଭ ହେବ । ଶୁକ୍ରଙ୍କ ପ୍ରଭାବରୁ ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଜୀବନର ଅନେକ କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ ରହିଛି । ସକରାତ୍ମକ ଲାଭ ମିଳିବ।

ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ

ବିଛା – ଶୁକ୍ରଙ୍କ ଚଳନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କ ବ୍ୟବସାୟ ବୃଦ୍ଧି ହେବ । ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ । ଧନ ଲାଭର ଯୋଗ ରହିଛି । ଅନେକ ସଫଳତା ମିଳିବ।

ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..

ମୀନ – ମୀନ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଖୁସି ମିଳିବ । ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବ। ମିତ୍ରଙ୍କ ସହଯୋଗ ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ବିଦ୍ୟାର୍ଥୀ ଲାଭବାନ୍‌ ହେବେ।

Comments are closed.