www.samajalive.in
Saturday, December 6, 2025
17.1 C
Bhubaneswar

ପୁଣି ଜେଲ୍‌ରୁ ବାହାରିଲା ରାମ ରହିମ, ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ..

ରୋହତକ: ହରିୟାଣା ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଜେଲରୁ ବାହାରିଛି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବାବା ରାମ ରହିମ। ରାଜ୍ୟ ସରକାର ତାକୁ ୨୧ ଦିନିଆ ଫର୍‌ଲୋ ଦେଇଛନ୍ତି। ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମକୁ ନେଇ ୟୁପିର ବର୍‌ନାୱା ଆଶ୍ରମ ଚାଲି ଯାଇଛନ୍ତି।

ଗୋଟିଏ ଗାଡ଼ିରେ ହନିପ୍ରୀତଙ୍କ ବ୍ୟତୀତ ଚାଳକ ରାଜା ଏବଂ ସିପି ଆରୋରା ଥିବାବେଳେ ଅନ୍ୟ ଗାଡ଼ିରେ ଡ୍ରାଇଭର ପ୍ରୀତମ, ଆଇନଜୀବୀ ହର୍ଷ ଆରୋରା ଏବଂ ଡକ୍ଟର ପିଆର ନୈନ ଥିଲେ। ପୁଲିସର ସୁରକ୍ଷା ବଳୟରେ ରାମ ରହିମଙ୍କୁ ଜେଲରୁ ୟୁପି ନିଆଯାଇଛି।

- Advertisement -

ସୂଚନାଯୋଗ୍ୟ, ନିଜ ଶିଶ୍ୟଙ୍କୁ ଦୁଷ୍କର୍ମ ମାମଲାରେ ୨୦୧୭ରେ ରାମରହିମକୁ ଦଣ୍ଡିତ କରାଯାଇଥିଲା। ପରେ ଛତ୍ରପତି ହତ୍ୟାକାଣ୍ଡ ଓ ରଣଜିତ୍ ହତ୍ୟାକାଣ୍ଡରେ ମଧ୍ୟ ରାମରହିମକୁ ଦଣ୍ଡିତ କରାଯାଇଛି। ସେବେଠାରୁ ସେ ସୁନାରିଆ ଜେଲ୍‌ରେ ରହିଛି। ପୂର୍ବରୁ ୯ ଥର ପାରୋଲରେ ଜେଲ୍‌ରୁ ମୁକୁଳିଛି ରାମରହିମ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories