ଧାରଣାରେ ବସିଲେ ଗାଁ ସାଥୀ
ବାସୁଦେବପୁର : ମନରେଗା ଯୋଜନାରେ ମନମୁଖୀ କାର୍ଯ୍ୟକଳାପକୁ ନେଇ ଗାଁସାଥୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମାସିକ ଦରମା, ରାଜନୈତିକ ଉଦେଶ୍ୟ ରଖି ମନରେଗା ଯୋଜନା ସଂପର୍କରେ ଅବଗତ ନ କରାଇବା ଆଦି ପ୍ରତିବାଦାର ମଙ୍ଗଳବାର ବ୍ଲକ ସଭାଗୃହରେ ଆୟୋଜିତ ବୈଠକରେ ଯୋଗଦେବାକୁ ଆସିଥିଲେ। ମାତ୍ର ଆଜିର ବୈଠକରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। ବାସୁଦେବପୁର ପଞ୍ଚାୟତ ସମିତିର ୩୬ଗୋଟି ପଞ୍ଚାୟତରୁ ଆସିଥିବା ତିନିଶହରୁ ଊର୍ଦ୍ଧ୍ବ ଗାଁସାଥୀମାନଙ୍କର ବସିବାକୁ ସ୍ଥାନ ଅଭାବ ନେଇ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା। ଯାହାକୁ ନେଇ ସମବେତ ସମସ୍ତ ଗାଁସାଥୀ ଧାରଣରେ ବସିଥିବା ଭଦ୍ରକ ଜିଲା ଗାଁ ସାଥୀ ସଂଘର ସଂପାଦକ ମନୋଜ ନାୟକ ଜଣାଇଛନ୍ତି।
Comments are closed.