www.samajalive.in
Saturday, December 6, 2025
14.1 C
Bhubaneswar

ମାନବିକତା ଦେଖାଇଲେ ବିଏସଏଫ୍‌ ଯବାନ

ଫୁଲବାଣୀ : ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇ ଜୀବନ ବଞ୍ଚାଇବା ସହ ମାନବିକତାର ପରିଚୟ ଦେଇଛନ୍ତି ବିଏଏସଏଫ ଯବାନ। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପାଡା ଅଞ୍ଚଳରେ। ସୂଚନା ଅନୁସାରେ ବାଳନ୍ଦାପଡା ପଞ୍ଚାୟତ ବାଘଡଙ୍ଗୁରି ଗାଁର ଚିତ୍ତ ନାୟକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ବାଳନ୍ଦାପଡା ବଜାରରୁ ନିଜ ଗାଁ ବାଘଡଙ୍ଗୁରିକୁ ଫେରୁଥିବା ସମୟରେ ବଣିଆସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ସେ ରାସ୍ତା ଉପରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସେହି ସମୟରେ ଦୁର୍ଘଟଣା ସ୍ଥଳରେ ଥିବା ୯୯ ବାଟାଲିୟନରୁ କିଛି ଯବାନ ଡ୍ୟୁଟି ସାରି କ୍ୟାମ୍ପକୁ ଫେରୁଥିଲେ । ତେବେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଯବାନମାନେ ତୁରନ୍ତ ପ୍ରଥମେ ବାଳନ୍ଦାପଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଯବାନ ମାନେ ନିଜସ୍ୱ ଖର୍ଚ୍ଚରେ ଆହତ ବ୍ୟକ୍ତିଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଆହତ ଯୁବକଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ରହିଥିବା ଜଣାପଡିଛି।  ତେବେ ଏହି ବିଏସଏଫ ଯବାନ ମାନଙ୍କ ମାନବିକତା ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଯବାନ ମାନଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories