୨ୟ ଟି-୨୦: ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

0

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଅଉକ୍‌ଲାଣ୍ଡ୍‌ ସ୍ଥିତ ଇଡେନ୍‌ ପାର୍କ ଠାରେ ଶୁକ୍ରବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ତିନିଟିକିଆ ଟି-୨୦ ସିରିଜରେ ୧-୧ରେ ସମାନ ସ୍ଥିତିକୁ ଆସିଛି।

prayash

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୧୫୯ରନର ବିଜୟ ଲକ୍ଷ୍ୟ ରଖିଥିଲା। ନ୍ୟୁଜିଲ୍ୟାଣ୍ଡର ୧୫୯ରନର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ  ୭ଟି ବଲ ପୂର୍ବରୁ ୧୬୨ ରନ୍‌ କରି ବିଜୟ ହାସଲ କରିଛି। ଭାରତୀୟ ଦଳକୁ ବିଜୟ ପାଇଁ ୧ ରନ୍‌ ଦରକାର ଥିବାବେଳେ ରିଷଭ ପନ୍ତ ୪ ରନ୍‌ ମାରି ଭାରତ ପାଇଁ ବିଜୟୀ କରିଛନ୍ତି। ୪ ଓଭରରେ ୩ଟି ୱିକେଟ୍‌ ନେଇ ମାତ୍ର ୨୮ ରନ୍‌ ଦେଇଥିବା କୃନାଲ ପାଣ୍ଡ୍ୟାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚନା କରାଯାଇଛି।

Leave A Reply