ନାଗପୁର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ଆଜି ନାଗପୁରଠାରେ ଅନୁଷ୍ଠିତ ହେବ । ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ହାଇଦରାବାଦରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ଜିତି ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି । ତେଣୁ ନିଜର ବିଜୟଧାରା ବଜାୟ ରଖି ଭାରତ ଆଜିର ମ୍ୟାଚ ଜିତିବାର ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ସିରିଜ ଜିତିଥିବା ଅଷ୍ଟ୍ରେଲିଆ ଆଜିର ମ୍ୟାଚ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ।



