ଦିଲ୍ଲୀ, ହରିୟାଣା, ଗୁଜରାଟରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଇ ଚାଲିଛି । ଏପରିକି ସପ୍ତାହକ ତଳେ ଦେଶରେ କରୋନା ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ତେବେ ଦିଲ୍ଲୀ, ହରିୟାଣା, ଗୁଜରାଟରେ ପୁନର୍ବାର ସଂକ୍ରମଣ ବୃଦ୍ଧି ଆରମ୍ଭ ହୋଇଛି । ଗତ ୭ଦିନ ହେଲା ଦିଲ୍ଲୀ, ହରିୟାଣା, ଗୁଜରାଟରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି । ସେହିପରି ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ସ୍ଥିର ରହିଛି। ଏହିସବୁ ରାଜ୍ୟରେ ସଂକ୍ରମଣ ପୂର୍ବ ପରି ହ୍ରାସ ପାଉ ନାହିଁ। ମାର୍ଚ୍ଚ ଶେଷ ସପ୍ତାହରେ ଦିଲ୍ଲୀରେ ହାରାହାରି ଦୈନିକ ସଂକ୍ରମଣ ୧୦୩ ରହିଥିଲା। ମାତ୍ର ଏପ୍ରିଲ ପ୍ରଥମ ସପ୍ତାହରେ ଏହି ହାରହାରି ସଂକ୍ରମଣ ୧୨୭ ରହିଛି। ଏପରିକି ଗତ ୭ ତାରିଖରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୭୬କୁ ବୃଦ୍ଧି ପାଇଥିଲା। ସେହିପରି ସଂକ୍ରମଣ ହାର ୧% ଉପରକୁ ବୃଦ୍ଧି ପାଇଛି। ହରିୟାଣାରେ ଏପ୍ରିଲ ପ୍ରଥମ ସପ୍ତାହରେ ହାରହାରି ସଂକ୍ରମଣ ୪୭ ରହିଥିବାବେଳେ ଶନିବାର ଏହା ୬୮କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶରେ ସଂକ୍ରମଣ ସ୍ଥିର ରହିଛି। କେରଳରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। କରୋନାର ତୃତୀୟ ଲହର ପରେ ପ୍ରଥମ କରି ଦେଶର କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ଚତୁର୍ଥ ଲହରର ଆଭାସ ଦେଇଛି। ଏହି ସଂକ୍ରମଣ ବୃଦ୍ଧି ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନଜର ରଖିଛି।

prayash

ସତର୍କ ରୁହ, କରୋନା ଶେଷ ହୋଇ ନାହିଁ: ମୋଦୀ
ଜୁନାଗଡ : କରୋନା ମହାମାରୀ ଶେଷ ହୋଇ ନାହିଁ। ଏହା ଏବେ ବି ଆମମାନଙ୍କ ମଧ୍ୟରେ ରହିଛି। କେବେ ଏହା ପୁଣି ଥରେ ଭୟଙ୍କର ରୂପ ନେବ ତାହା କହିହେବ ନାହିଁ। ତେଣୁ ଏହି ଭୂତାଣୁ ପ୍ରତି ଆମେ ସର୍ବଦା ସତର୍କ ରହିବା ଦରକାର। କରୋନା ଭୂତାଣୁ ବିରୋଧୀ ପ୍ରତିଷେଧକ ବ୍ୟବସ୍ଥାରେ କୌଣସି କୋହଳତା କରିବା ଉଚିତ୍‌ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ୧୮୫ କୋଟିରୁ ଅଧିକ ପାନ କରୋନା ଟିକା ଦିଆସରିଲାଣି। ଏହା ଲୋକଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି। ରବିବାର ଗୁଜରାଟର ଜୁନାଗଡରେ ଆୟୋଜିତ ମାତା ଉମିୟ ଧାମ ମନ୍ଦିରର ୧୪ତମ ପ୍ରତିଷ୍ଠା ଦିବସକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ମୋଦୀ ଏହା କହିଛନ୍ତି। ଭକ୍ତମାନଙ୍କୁ ମୋଦୀ ପ୍ରାକୃତିକ କୃଷି ଆପଣାଇବାକୁ କହିଛନ୍ତି। ପୃଥିବୀ ମାତାକୁ ରାସାୟନିକ ସାରର କୁପ୍ରଭାବରୁ ରକ୍ଷା ନିମନ୍ତେ ପ୍ରାକୃତିକ କୃଷିକୁ ଆପଣାଇବା ଦରକାର।

kalyan agarbati

Comments are closed.