କାର ଭିତରୁ ମିଳିଲା ୧୬୩କୋଟି ଟଙ୍କା ଓ ୧୦୦କିଲୋ ସୁନା
ଚେନ୍ନଇ: ଆୟକର ବିଭାଗ ଏକ ବଡ଼ ଧରଣର ଚଢଉ କରି ବ୍ୟାପକ ମାତ୍ରାର କଳା ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଚଢଉରେ ଆୟକର ବିଭାଗ ୧୬୩କୋଟି ଟଙ୍କା ସମେତ ୧୦୦କିଲୋ ସୁନା ଉଦ୍ଧାର କରିଛି। ଚେନ୍ନଇର ଏକ ରାସ୍ତା ଠିକାଦାରଙ୍କ ବାସଭବନ ଉପରେ ଚଢଉ କରି ଆୟକର ଏହି ମାତ୍ରାର ଟଙ୍କା ଉଦ୍ଧାର କରିଛି। ରାସ୍ତା ଠିକାଦାର ନାଗରାଜନ ସୈୟଦୁରାଇଙ୍କ ବାସଭବନରୁ କେବଳ ୧୬୩କୋଟି ଟଙ୍କା ଓ ୧୦୦କିଲୋ ସୁନା ଉଦ୍ଧାର କରିଛି ଆୟ କର ବିଭାଗ। “ଅପରେସନ ପାର୍କିଂ ମନି’ ନାମକ ଗୋପନୀୟ ତଦନ୍ତ ପରେ ଆୟ କରକୁ ଏହି ସଫଳତା ମିଳିଛି। ଏସକେଜି ଗ୍ରୁପ୍ ନାମକ କମ୍ପାନୀର ୨୨ଟି ସ୍ଥାନରେ ଏକକାଳୀନ ଚଢଉ କରି ଆୟକର ଏହି କଲା ଟଙ୍କା ଉଦ୍ଧାର କରିଛି। ଏସକେଜି ଗ୍ରୁପ୍ ମଦୁରାଇରୁ ତିରୁମଙ୍ଗଲମ ମଧ୍ୟରେ ୪ଥାକିଆ ରାସ୍ତା ନିର୍ମାଣ କରୁଛି। ଏହି ଚଢଉରେ କମ୍ପାନୀର ପାର୍କିିଂ ୟାର୍ଡ଼ରେ ରଖାଯାଇ ଥିବା ଏକ କାର ମଧ୍ୟରେ ଥିବା ଏକ ଟ୍ରାଭେଲ ବ୍ୟାଗରେ ଏହି ଟଙ୍କା ଥିଲା। ଉକ୍ତ କମ୍ପାନୀ ବିଗତ କିଛି ବର୍ଷ ମଧ୍ୟରେ ଅସାମାନ୍ୟ ଆୟ କର ପ୍ରଦାନ ପ୍ରକ୍ରିୟାକୁ ଦେଖି ବିଭାଗ ପକ୍ଷରୁ ଏଭଳି ଅପରେସନ ଆରମ୍ଭ ହୋଇଥିଲା। ଏହି କମ୍ପାନୀର ମାଲିକଙ୍କ ସହ ଏଆଇଡିଏମକେ ନେତାଙ୍କ ମଧୁର ସମ୍ପର୍କ ଥିବା ସୂଚନା ମିଳିଛି। ନୋଟବନ୍ଦୀ ପରେ ଆୟ କର ବିଭାଗର ଏହା ସବୁଠାରୁ ବଡ଼ ଚଢଉ ବୋଲି କୁହାଯାଉଛି।