ଆମେରିକୀୟ ଭିସା ପାଇଁ ୨୦୦ ଜଣଙ୍କ ନକଲି ପ୍ରମାଣପତ୍ର  ତିଆରି କରିଥିବା ଅଭିଯୋଗରେ ଭାରତୀୟ ଗିରଫ

0

ନ୍ୟୁୟର୍କ.- ଆମେରିକାରେ ଭିସାପାଇଁ ନକଲି ପ୍ରମାଣ ପତ୍ର ତିଆରି କରିବା ଅଭିଯୋଗରେ ଜଣେ ଭାରତୀୟ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଭାରତୀୟଙ୍କ ନାମ ପ୍ରଦ୍ୟୁମ୍ନ କୁମାର ସାମଲ । ପ୍ରାୟ ୨୦୦ ଜଣଙ୍କ  ଭିସା  ପାଇଁ ସେ ନକଲି ପ୍ରମାଣ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ପ୍ରଦ୍ୟୁମ୍ନ ଆମେରିକାର ଦୁଇଟି ସଫ୍ଟଓ୍ୱାରକମ୍ପାନୀର ସିଇଓ ପଦବୀରେ ଥିଲେ । ସେ ନକଲି ପ୍ରମାଣ ପତ୍ର ଯୋଗାଡ କରିବା ପାଇଁ ୫ ହଜାର ଆମରିକୀୟ ଡଲାର ବା ୩ଲକ୍ଷ ୫୦ ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଛି ।

ଚଳିତ ବର୍ଷ ଏପ୍ରିଲମାସରେ ତାଙ୍କ ନାମରେ ନକଲି ପ୍ରମାଣ ପତ୍ର ତିଆରି କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ୨୦୧୦ ମସିହାରୁ ସେ ଏପରି କରୁଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଦୋଷ ପ୍ରମାଣିତ ହେଲେ ଆମେରିକାରେ ୧୦ ବର୍ଷ କାରାଦଣ୍ଡ ଓ ୨ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ଜୋରିମାନାର ବ୍ୟବସ୍ଥା ଅଛି ।

Leave A Reply