www.samajalive.in
Monday, December 15, 2025
15.1 C
Bhubaneswar

ବିଧାୟକଙ୍କ କାର୍ଯ୍ୟାଳୟକୁ ଆଖିବୁଜା ଗୁଳିମାଡ଼

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡର ହରିଦ୍ବାର ଜିଲା ଅନ୍ତର୍ଗତ ଖାନପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ମଧ୍ୟରେ ଗ୍ୟାଙ୍ଗୱାର ଆରମ୍ଭ ହୋଇଛି। ରବିବାର ବିଧାୟକ ଉମେଶ କୁମାରଙ୍କ କାର୍ଯ୍ୟାଳୟ ଉପରେ ଅଖିବୁଜା ଗୁଳିମାଡ଼ ହୋଇଛି। ବିଜେପିର ପୂର୍ବତନ ବିଧାୟକ କୁୱଁର ପ୍ରଣବ ସିଂହ ଚମ୍ପିଆନ ଓ ତାଙ୍କ ସମର୍ଥକମାନେ ୩ଟି ଗାଡ଼ିରେ ଆସି ବିଧାୟକଙ୍କ କାର୍ଯ୍ୟାଳୟ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଦିନ ଦ୍ବିପ୍ରହରରେ ଏହି ଘଟଣା ଘଟିଛି। ଏହା ପରେ ବିଧାୟକଙ୍କ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଘଟଣା ସମୟରେ ବିଧାୟକ କାର୍ଯ୍ୟାଳୟରେ ଥିଲେ କି ନାହିଁ ତାହାର ସୂଚନା ମିଳିନାହିଁ।

ଗତ ଦୁଇଦିନ ଧରି ପୂର୍ବତନ ବିଧାୟକ ପ୍ରଣବ ସିଂହ ଏବଂ ବର୍ତ୍ତମାନର ବିଧାୟକ ଉମେଶଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବାକଯୁଦ୍ଧ ଜାରି ରହିଥିଲା। ଏହାକୁ ନେଇ ଗୁଳିମାଡ଼ ହୋଇଥିବା କୁହାଯାଉଛି। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। ରାସ୍ତାରେ ଯାତାୟତ କରୁଥିବା ଲୋକେ ଭୟରେ ଏଣେତେଣେ ଦୌଡ଼ିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories