ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସଆରଟିସି)ର ଏକ ବସ ଓଲଟି ପଡ଼ିବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବସଟି ବାରିପଦାରୁ ଅନୁଗୁଳ ଯାଉଥିଲା। ତାଳଚେରର ସମଲ ଥାନା ଅନ୍ତର୍ଗତ ଗହମ ସେବାଶ୍ରମ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୪୫ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଆହତଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।



