www.samajalive.in
Monday, December 15, 2025
27.1 C
Bhubaneswar

ସିକ୍କିମରେ ଭୂସ୍ଖଳନ, ଫସିଛନ୍ତି ୧୦୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ

ଗ୍ୟାଙ୍ଗଟକ: ପ୍ରବଳ ବର୍ଷା ଯୋଗୁଁ ସିକ୍କିମର ଲାଚେନ୍‌ ଓ ଲାଚୁଙ୍ଗ୍‌ ସହରରେ ଭୂସ୍ଖଳନ ଘଟିଥିବା ଜଣାପଡିଛି। ଶୁକ୍ରବାର ସୁଦ୍ଧା ଏହି ଦୁଇଟି ସ୍ଥାନରୁ ୧୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଏକ ହଜାର ପର୍ଯ୍ୟଟକ ଅଟକି ରହିଥିବା କୁହାଯାଇଛି। ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏହି ପର୍ଯ୍ୟଟକମାନେ ଅଟକି ଯାଇଥିଲେ। ସିକ୍କିମ ପୁଲିସ ଓ ସେନା ସହାୟତାରେ ୧୫୦୦ ପର୍ଯ୍ୟଟକଙ୍କୁ ନିକଟସ୍ଥ ଗ୍ରାମରେ ରାତ୍ରୀଯାପନର ବ୍ୟବସ୍ଥା କରାଯାଇଥିବାବେଳେ ଶୁକ୍ରବାର ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକଙ୍କୁ ଥାନା, ଗୁରୁଦ୍ବାର, ଆଇଟିବିପି ଶିବିରରେ ଥଇଥାନ କରାଯାଇଥିବାବେଳେ ଆଉ କେତେକଙ୍କୁ ଗ୍ରାମବାସୀ ନିଜ ଘରେ ଆଶ୍ରୟ ଦେଇଥିଲେ। ଗୁରୁବାର ଅପରାହ୍ଣରୁ ବର୍ଷା ଲାଗି ରହିଥିବାରୁ ଲାଚେନ୍‌ ଓ ଲାଚୁଙ୍ଗର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛି। ଭୂସ୍ଖଳନରେ ରାସ୍ତାଘାଟ ଭୁଶୁଡି ପଡିଥିବାବେଳେ ବିଦ୍ୟୁତ୍‌ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇପଡିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories