www.samajalive.in
Sunday, December 7, 2025
23.1 C
Bhubaneswar

ବଢ଼ିଲା ତତ୍କାଳୀନ ଜିଲାପାଳ ମନୀଷଙ୍କ ଅଡୁଆ

କଟକ : ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ୍‌‌ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ଜାମିନ ଆବେଦନ ଖାରଜ ହୋଇଯିବା ଫଳରେ ମନୀଷ ଅଗ୍ରୱାଲଙ୍କ ଗିରଫଦାରୀ ଆଶଙ୍କା ବଢିଛି। ମନୀଷ ଅଗ୍ରୱାଲଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତଥା ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁଗୋପାଳ ଏବଂ ବ୍ୟକ୍ତିଗତ ସହାୟକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କର ମଧ୍ୟ ଆଗୁଆ ଜାମିନ୍‌‌ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀ (ଷ୍ଟେନୋଗ୍ରାଫର) ମଧ୍ୟ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟକୁ ଅାସିଥିଲେ। ତାଙ୍କୁ ୬୫ ବର୍ଷ ହୋଇଥିଲାବେଳେ ସେ କ୍ୟାନସରରେ ଆକ୍ରାନ୍ତ ଏବଂ ତାଙ୍କ ପତ୍ନୀ ମାନସିକ ରୋଗରେ ପୀଡ଼ିତ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଆବେଦନକାରୀଙ୍କୁ ତିନି ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଅାତ୍ମ ସମପର୍ଣ କରି ଜାମିନ ପାଇଁ ଆବେଦନ କରିବାକୁ କହିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବା ସହ ତାଙ୍କୁ ଜାମିନରେ ଛାଡ଼ିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ବିଚାରପତି ଭି. ନରସିଂହ ଶୁକ୍ରବାର ଆଗୁଆ ଜାମିନ ମାମଲାର ରାୟ ପ୍ରକାଶ କରି ଏହି ନିର୍ଦେଶ ଦେଇଛନ୍ତି । ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦେବ ନାରାୟଣ ପଣ୍ଡା କାର୍ଯ୍ୟ କରୁଥିଲେ। ୨୦୧୯ ମେ’ ୨୭ରେ ସେ ହଠାତ୍‌‌ ନିଖୋଜ ହୋଇଯାଇଥିଲେ। ଏ ନେଇ ଥାନାରେ ପ୍ରଥମେ ମାମଲା ରୁଜୁ ହୋଇଥିଲା। ଦୁଇ ଦିନ ପ​ରେ ​ ଦେବ ନାରାୟଣ ପଣ୍ଡାଙ୍କ ଶବ ସତୀଗୁଡ଼ା ଡ୍ୟାମ୍‌‌ ନିକଟରୁ ମିଳିଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories