www.samajalive.in
Saturday, December 6, 2025
26.1 C
Bhubaneswar

ବାଙ୍କୀ ଦୁର୍ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ, ମୃତ ଛାତ୍ରଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା

ସମାଜ ଡିଜିଟାଲ ଡେସ୍କ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ନିକଟରେ ପିକଅପ ଭ୍ୟାନ ଓଲଟି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ୟ ୨୫ ଛାତ୍ର ଆହତ ହେବା ଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିନା ଅନୁମତିରେ ମାଳବିହାରପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପିଲାମାନଙ୍କୁ ସରଣ୍ଡାସ୍ଥିତ ପରେଡ ପଡ଼ିଆକୁ ପିକଅପ ଭ୍ୟାନରେ ନେଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ପ୍ରାଣ ହରାଇଥିବା ଛାତ୍ର ସୌମ୍ୟରଞ୍ଜନ ବେହେରାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ନେଇ ରବିବାର ଘୋଷଣା କରିଛନ୍ତି। ସେହିପରି ଗଣଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏହା ସହିତ ଆହତମାନଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବା ନେଇ ମଧ୍ୟ ଘୋଷଣା ହୋଇଛି।

ଅନ୍ୟପଟେ ଦୁର୍ଘଟଣାରେ ଆହତ ୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ  ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୧୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବାହ୍ନରେ ଜିଲ୍ଲାପାଳ କହିଥିଲେ ଯେ, ପିକଅପରେ ୨୫ ଜଣ ଛାତ୍ରଛାତ୍ରୀ ପରେଡ୍ ଗ୍ରାଉଣ୍ଡକୁ ଯାଉଥିଲେ। ଦୁର୍ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଆହତ ଛାତ୍ରଛାତ୍ରୀମାନେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରେଡ୍ କ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ସହାୟତା ଦିଆଯିବ।  ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲକୁ ନେବାକୁ ଅନୁମତି ନ ଥିଲା। କାହିଁକି ସେମାନଙ୍କୁ ନିଆଗଲା ତାହାର ତଦନ୍ତ ହେବ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories