www.samajalive.in
Monday, December 8, 2025
27.1 C
Bhubaneswar

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଦିଗଧର ଆଦର୍ଶ ବିଦ୍ୟାଳୟ ଛାତ୍ରୀଙ୍କ  ବାଜିମାତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରିଜର୍ଭ ପୁଲିସ ପଡିଆରେ ସାଧାରଣତନ୍ତ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ତରୀୟ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଦିଗଧର ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ କଳ୍ପନା ମଲ୍ଲିକ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଯୋଗିତାରେ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେଇଛନ୍ତି। ଏହା ସହିତ ଏକାଦଶ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧାଞ୍ଜଳି ଘୋଷ୍ ଜିଲ୍ଲାସ୍ତରୀୟ କୌଶଳ ବିକାଶ ପ୍ରତିଯୋଗିତାରେ ଓଡ଼ିଆ ପ୍ରବନ୍ଧ ଲିଖନରେ ପ୍ରଥମ ସ୍ଥାନ, ଭାରତୀ ଦାସ୍ ଜାତୀୟ ମତଦାତା ଦିବସ ପ୍ରତିଯୋଗିତାରେ ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନ ଏବଂ ତନୁଜା ମହାନ୍ତ କୁଇଜରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହି ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଛାତ୍ରୀମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନୀ ପାଇଁ ଦିଗଧର ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ସନ୍ଧିବିଗ୍ରହ, କଳା ଶିକ୍ଷକ ଶକ୍ତି ପ୍ରସାଦ ସାମଲ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories