Patra electronics

ବାଂଲାଦେଶରେ ଡେଙ୍ଗୁ ଅଣାୟତ୍ତ – ୯ ମୃତ, ୧୯୬୩ ଜଣ ଡାକ୍ତରଖାନାରେ ଭର୍ତ୍ତି

ଡେସ୍କ: ବାଂଲାଦେଶରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ କହିଛି ଯେ ସେପ୍ଟେମ୍ବରର ପ୍ରଥମ ୬ ଦିନରେ ସାରା ଦେଶରେ ଅତି କମରେ ୯ ଜଣ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ଏବଂ ୧ ହଜାର ୯୬୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚଳିତ ବର୍ଷ ଭେକ୍ଟରବାହିତ ଜ୍ୱର ରୋଗୀଙ୍କ ସଂଖ୍ୟା ୧୫ ହଜାର ଅତିକ୍ରମ କରିଛି ଏବଂ ମୃତ୍ୟୁ ସଂଖ୍ୟା ୯୩ରେ ପହଞ୍ଚିଛି। ଦେଶରେ ଆୱାମୀ ଲିଗ୍ ଶାସନର ପତନ ପରଠାରୁ ଅନେକ ପ୍ରମୁଖ ସହରର ପୌର ସଂସ୍ଥାଗୁଡ଼ିକ ପ୍ରଶାସନିକ ବିଶୃଙ୍ଖଳାର ସମ୍ମୁଖୀନ ହେଉଛନ୍ତି, ଯାହା ଫଳରେ ଗତ କିଛି ସପ୍ତାହ ମଧ୍ୟରେ ମଶା ବିରୋଧୀ ଅଭିଯାନ ବନ୍ଦ ହୋଇଯାଇଛି।

ସୂଚନା ଅନୁଯାୟୀ, ଏବେ ବାଂଲାଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୨୦ ରୋଗୀ ଚିକିତ୍ସିତ ହେଉଛନ୍ତି। ଢାକା, ଚିଟଗାଙ୍ଗ ଓ ବରିଶାଲ ଡିଭିଜନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୀଟ ବିଜ୍ଞାନୀମାନଙ୍କ କହିବା ନୁସାରେ, ଗତ କିଛି ସପ୍ତାହ ମଧ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ଅଭିଯାନକୁ ଉପଯୁକ୍ତ ଧ୍ୟାନ ଦିଆଯାଇନଥିବାରୁ ମଶାଙ୍କ ଘନତା ବୃଦ୍ଧି ପାଇଛି ଏବଂ ମଶା ପ୍ରଜନନକୁ ନିୟନ୍ତ୍ରଣ କରା ନ ଗଲେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବର୍ଷ ବର୍ଷ ଧରି ପ୍ରୟୋଗ କରାଯାଉଥିବା କୀଟନାଶକ ଏବଂ ଦଶନ୍ଧି ଧରି ବ୍ୟବହୃତ ହେଉଥିବା ସ୍ପ୍ରେ ପଦ୍ଧତିର ଫଳପ୍ରଦତା ଉପରେ ପ୍ରଶ୍ନ ଉଠାଇଥିଲେ। ଗତ ବର୍ଷ ବାଂଲାଦେଶରେ ଡେଙ୍ଗୁରେ ୧ ହଜାର ୭୦୫ ଲୋକ ପ୍ରାଣ ହରାଇଥିଲେ।

Comments are closed.