BJD Bijuli 480×75 Mob

ସଙ୍ଗୀତ ମସ୍ତିଷ୍କ ଉପରେ ପକାଇଥାଏ ଏପରି ପ୍ରଭାବ

BJD Bijuli 480×75 Mob
0

ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଠିକ୍‍ ସମୟରେ ବିଶ୍ରାମ ନେବା ସହ ମନୋରଞ୍ଜନ ମଧ୍ୟ ଆବଶ୍ୟକ ହୋଇଥାଏ। ସମସ୍ତ ପ୍ରକାର ମାନସିକ ଚିନ୍ତାକୁ କମ୍‍ କରି ସଙ୍ଗୀତ ମସ୍ତିଷ୍କରେ କମ୍ପନ ସୃଷ୍ଟି କରି ଶାନ୍ତି ପ୍ରଦାନ କରିଥାଏ। ଭାରତୀୟ ସଙ୍ଗୀତ ଗାୟନ, ବାଦନ, ନୃତ୍ୟ ହେଉ ଅଥବା ପ୍ରାକୃତିକ ସଙ୍ଗୀତ ସବୁଥିରେ ସା, ରେ, ଗା, ମା, ପା, ଧା, ନି ଏହି ସାତସୁର ସରଗମର ସମାବେଶ ହୋଇଥାଏ।
ରାଗ ଚିକିତ୍ସା, ନାଦ ଯୋଗ ଆଦି ପୁରାତନ ସମୟରୁ ଆଜି ପର୍ଯ୍ୟନ୍ତ ଆମ ଦେଶରେ ପ୍ରୟୋଗ ହେଉଥିବା ସଙ୍ଗୀତ ଚିକିତ୍ସା ଅଟେ। ଏହା ଅନ୍ତର୍ମନକୁ ଉଚ୍ଚ ଜୀବନଶକ୍ତି ପ୍ରଦାନ କରି କର୍କଟ ଭଳି ମାରାତ୍ମକ ରୋଗର ମଧ୍ୟ ପ୍ରତିକାର ଭାବେ ସଫଳତା ହାସଲ କରିଛି। ନାଦଯୋଗ ଦ୍ୱାରା ଲୟବଦ୍ଧ ଶ୍ୱାସ ନେବାର ଏକ ନିଶ୍ଚିତ ଆବୃତ୍ତି ବାଦ୍ୟଯନ୍ତ୍ରର ଧ୍ୱନି ଉତ୍ପନ୍ନ କରିଥାଏ, ଯାହାର ନିରନ୍ତର ପ୍ରୟୋଗର ପ୍ରଭାବ ମାନବ ଶରୀରର ମେରୁଦଣ୍ଡର ସାତ ଚକ୍ର ପର୍ଯ୍ୟନ୍ତ ପହଞ୍ଚିଥାଏ। ସଙ୍ଗୀତ ସକରାତ୍ମକ ଆତ୍ମଛବି ନିର୍ମାଣ କରି ଜୀବନର ଶାରିରୀକ ଓ ମାନସିକ ସମସ୍ୟାକୁ ସାମ୍ନା କରିବାକୁ ପ୍ରେରଣା ଦେଇଥାଏ। ଅଧିକାଂଶ ସମୟରେ ଆମେ ଦେଖିଥା’ନ୍ତି କାନ୍ଦୁଥିବା ପିଲା ମଧୁର ସଙ୍ଗୀତ ଶୁଣି ଶୋଇ ଯାଇଥାଏ। ଏହାଦ୍ୱାରା ଆମେ ଜାଣିଥାଉ ଯେ ସଙ୍ଗୀତ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ମନୋଚିକିତ୍ସାର ଅତିରିକ୍ତ ସଙ୍ଗୀତ ବ୍ୟକ୍ତିଙ୍କ ମନର ସ୍ଥିତିକୁ ଠିକ୍‍ କରି ଜୀବନର ଗୁଣବତ୍ତାରେ ମଧ୍ୟ ସୁଧାର ଆଣିଥାଏ। ସଙ୍ଗୀତ ନକରାତ୍ମକ ବିଚାରକୁ ସକରାତ୍ମକ ବିଚାରରେ ପରିଣତ କରି ଜୀବନକୁ ଜିଇଁବାର ପ୍ରେରଣା ଦେଇଥାଏ। ସଙ୍ଗୀତ ମନୋଚିକିତ୍ସା ଦ୍ୱାରା କ୍ରୋଧ, ଈର୍ଷା, ଶୋକ ଆଦି ନକରାତ୍ମକ ଭାବ ପରିବର୍ତ୍ତନ ହୋଇ ଜୀବନ ଜିଇଁବାର ଇଛା ବଢିଥାଏ।

Leave A Reply