www.samajalive.in
Sunday, December 7, 2025
26.1 C
Bhubaneswar

‘ଫୋନରେ ଏସ୍‍ପି’ ବ୍ୟବସ୍ଥାର ତତ୍କାଳ ପ୍ରଭାବ: ଜାତୀୟ ରାଜପଥ କଡ଼ରୁ ହଟିଲା ବେଆଇନ ଟ୍ରକ ପାର୍କିଂ

ବ୍ରଜରାଜନଗର: ଜାତୀୟ ରାଜପଥ କଡ଼ରେ ବେଆଇନ ଟ୍ରକ ପାର୍କିଂ କରୁଥିବା ଟ୍ରାନ୍ସପୋର୍ଟର ଓ ଟ୍ରକ ମାଲିକଙ୍କୁ ଆଜି(ମଙ୍ଗଳବାର) ଲାଗିଛି ବଡ଼ ଧରଣର ଝଟକା। ବର୍ଷ ବର୍ଷ ଧରି ୪୯-ନମ୍ବର ଜାତୀୟ ରାଜପଥକୁ ନିଜ ଅକ୍ତିଆରରେ ରଖି ମନଇଛା ଓ ବେଧଡ଼କ ଭାବେ ରାସ୍ତାର ଦୁଇ ପାର୍ଶ୍ବରେ ଚାଲିଥିଲା ବେଆଇନ ଟ୍ରକ ପାର୍କିଂ। ଯେଉଁ କାରଣରୁ ପଥଚାରୀ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ଅନେକ ଥର ସଡ଼କ ଦୁର୍ଘଟଣା ଘଟି ମୂଲ୍ୟବାନ ଧନ ଜୀବନ ହାନି ମଧ୍ୟ ହୋଇଛି। ହେଲେ ଏବେ ରାସ୍ତା କଡ଼ ବେଆଇନ ପାର୍କିଂ ଉପରେ ଲାଗିଛି କଟକଣା। ‘ଫୋନରେ ଏସ୍‍ପି’ ବ୍ୟବସ୍ଥା ଲାଗୁ ହେବା ପରେ ଏନେଇ ଆଜି ବେଆଇନ ଟ୍ରକ ପାର୍କିଂକୁ ନେଇ ପୁଲିସ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି।
ଝାରସୁଗୁଡ଼ା ଜିଲ୍ଲାରେ ଗତ କିଛି ଦିନ ହେଲା ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ ଦେଖା ଦେଇଛି। ବିଗତ ତିନି ବର୍ଷ ମଧ୍ୟରେ ଏନଏଚ୍‍-୪୯ର ମାତ୍ର ୫୦ କିଲୋମିଟର ବ୍ୟବଧାନରେ ୫୦ରୁ ଉର୍ଦ୍ଧ ଲୋକଙ୍କ ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଆଉ ଏହି ସବୁ ଦୁର୍ଘଟଣାର ମୂଳ କାରଣ ହେଉଛି ଭାରିଯାନ ଗୁଡ଼ିକର ବେପାରୁଆ ଗାଡ଼ି ଚାଳନା ଓ ରାସ୍ତା କଡ଼ରେ ବେଆଇନ ପାର୍କିଂ। ଛତିଶଗଡ଼ରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ୪୯-ନମ୍ବର ଜାତୀୟ ରାଜପଥ ବର୍ଷ ବର୍ଷ ଧରି ଟ୍ରାନ୍ସପୋର୍ଟରଙ୍କ କବ୍‍ଜାରେ ରହି ଆସୁଛି। ପୂର୍ବରୁ ଅନେକ ଥର ତାଗିଦ୍‍ କରାଯାଇଥିଲେ ହେଁ ମନମୁଖୀ ଟ୍ରକ ମାଲିକ ଓ ପ୍ରଭାବଶାଳୀ ଟ୍ରାନ୍ସପୋର୍ଟର ଏହାକୁ ବେଖାତିର କରୁଥିଲେ। ଏପରି କି ସରକାରଙ୍କ ନୂତନ ମୋଟର ଯାନ ଆଇନ ମଧ୍ୟ ଏମାନଙ୍କ ପାଖରେ ଫେଲ ମାରିଯାଇଥିଲା। ହେଲେ ଗୋଟିଏ ଫୋନ୍‍ କଲ ଆଜି ଜାତୀୟ ରାଜପଥରୁ ବେଆଇନ ପାର୍କିଂ ହଟାଇ ଦେଇଛି। ଆଜି ପୋଲିସ ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ମିଳିତ ଭାବେ ରାସ୍ତା କଡ଼ ପାର୍କିଂ ହଟାଇବା ସହିତ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ କରି ଆଗକୁ ଏହି ଭୁଲ ନ କରିବାକୁ ତାଗିଦ ମଧ୍ୟ କରାଯାଇଛି। ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା ଏବଂ ଆଂଚଳିକ ପରିବହନ ବିଭାଗର ଅତିରିକ୍ତ ଆରଟିଓ ଏସ. ହେମ୍ବ୍ରମ ନୂଆଡ଼ିହି ଟୋଲଗେଟ ନିକଟରୁ ବେଲପାହାଡ଼ ପର୍ଯ୍ୟନ୍ତ ଥିବା ବେଆଇନ ପାର୍କିଂ ହଟାଇଥିଲେ। ହେଲେ ବର୍ଷ ବର୍ଷ ଧରି ଟ୍ରାଫିକ ନୀତି ନିୟମକୁ ବେଖାତିର କରି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଗାଡ଼ି ମାଲିକ ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସଙ୍କ ପାଖରେ ହାରୀ ଗୁହାରୀ ଏବଂ ଅନେକ ବାହାନା ମଧ୍ୟ କରିଥିଲେ। ହେଲେ ଏସଡ଼ିପିଓ ଶ୍ରୀ ଦାସ ଗାଡ଼ି ମାଲିକଙ୍କୁ ସିଧା ଜୋରମାନା ଦେଇ ଗାଡ଼ିଗୁଡ଼ିକୁ ରାସ୍ତା କଡ଼ରୁ ହଟେଇବାକୁ ରୋକଠୋକ ଭାବେ କହିଥିଲେ।
ଅପରପେକ୍ଷ ଦୀର୍ଘ ଦିନରୁ ରାସ୍ତା କଡ଼ର ବେଆଇନ ଟ୍ରକ ପାର୍କିଂ ହଟାଇବାର ଦାବି ପୁରଣ ହେଉଥିବା ନେଇ ଲୋକେ ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଛନ୍ତି। ସେହି ଫୋନରେ ଏସପି୍‍ ବ୍ୟବସ୍ଥା ସ୍ଥାନୀୟ ଅଂଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାରେ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories