ଆଇଆଇଏମ-ସମ୍ବଲପୁରର ଲିଡ଼ରସିପ କନକ୍ଲେଭ ଅନୁଷ୍ଠିତ

ବୁର୍ଲା: ଭାରତୀୟ ପ୍ରବନ୍ଧନ ସଂସ୍ତାନ ଆଇଆଇଏମ-ସମ୍ବଲପୁର ପକ୍ଷରୁ ଆଜି ଏହାର ଜ୍ୟୋତିବିହାର କ୍ୟାମ୍ପସଠାରେ ମାନବ ସମ୍ବଳ ନେତୃତ୍ୱ ଉପରେ ନୂତନ ଯୁଗରେ ମାନବ ସମ୍ବଳର ଗତିବିଧି ସମ୍ପର୍କରେ ଏକ କନକ୍ଲେଭ- ୨୦୧୯ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ତଥା ପଡୋ଼ଶୀ ରାଜ୍ୟର ବିଭିନ୍ନ ଶିଳ୍ପରୁ ବିଶିଷ୍ଟ ପ୍ରବନ୍ଧକ ମାନେ ଯୋଗଦେଇ ମାନବ ସମ୍ବଳ ପରିଚାଳନାରେ ସେମାନଙ୍କ ଅଭିଜ୍ଞତା ଏବଂ ଏହି କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ନିବନ୍ଧ ଉପସ୍ତାପନ କରି ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ଏସ କେ ଚୈାହାନ କହିଲେଯେ, ପ୍ରତିଦ୍ୱନ୍ଦିତା ଓ ପରିବର୍ତ୍ତନଶୀଳ ବାଣିଜ୍ୟିକ ପରିବେଶରେ ପ୍ରବନ୍ଧନ ଏକ ଆହ୍ୱାନ ଅଟେ। ଯେ କୌଣସି କମ୍ପାନିରେ ମାନବ ସମ୍ବଳ ପରିଚାଳନାର ଆବଶ୍ୟକତା ଏହାର ବିଭିନ୍ନ ଦିଗ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଜିଇ ସାଉଥ ଏସିଆର ମୁଖ୍ୟ ଯୋଗାଯୋଗ ଅଧିକାରୀ ରଚନା ପଣ୍ଡା, ହୀରାକୁଦ ହିଣ୍ଡାଲକୋର ମାନବ ସମ୍ବଳ ବିଭାଗର ମୁଖ୍ୟ କ୍ରିଷ୍ନା ପାଢ଼ୀ, ଓାଲମାର୍ଟ ଲ୍ୟାବର ଡ଼ାଟା ଏନାଲିଟିକ୍ସ ଡଃ ସୋନିକା ଶର୍ମା, ବାଙ୍ଗାଲୁରୁ କେପଜେମିନୀର ବିକାଶ ବିଭାଗର ନିର୍ଦ୍ଦେଶକ ଡଃ ତନୁଶ୍ରୀ ପ୍ରମୁଖ ଏଥିରେ ଯୋଗଦେଇ ବାଣିଜ୍ୟ, ଶିଳ୍ପ ଆଦି କ୍ଷେତ୍ରରେ ମାନବ ସମ୍ବଳର ପ୍ରବନ୍ଧନ ସହିତ ଏଥିରେ କ୍ରମଶ ଉନ୍ନତି ଆଣିବା ସକାଶେ ଗବେଷଣା ଓ ଅଧ୍ୟୟନ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ଡଃ ମହାଦେବ ଜୟଶ୍ୱାଲ ଏହି କାର୍ୟ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିବା ସହିତ ଅନୁଷ୍ଠାନର ଉତ୍କର୍ଷତା ବଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଡଃ ଅତ୍ରୀ ସେନଗୁପ୍ତା ଏବଂ ପ୍ରଫେସର ସୁମିତା ସିନ୍ଧି ଏହାକୁ ସଂଯୋଜନା କରିଥିଲେ।

prayash

ଏହା ସହିତ ବୈଜ୍ଞାନିକ ଅଧିବେସନରେ ଅତିଥି ବୃନ୍ଦ ବିଷୟବସ୍ତୁ ଉପରେ ନିଜର ମତାମତ ପ୍ରଦାନ କରିବା ସହିତ ଆଇଆଇଏମ ସମ୍ବଲପୁର ଛାତ୍ରଛାତ୍ରୀଙ୍କ ଏହା ସମ୍ବନ୍ଧରେ ରହିଥିବା ବିଭିନ୍ନ ସନ୍ଦେହ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ମାଧ୍ୟମରେ ଅତିଥି ଗଣ ଉତ୍ତର ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରଫେସର ଦୀପ୍ତି ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କନକ୍ଲେଭ କାର୍ୟ୍ୟକ୍ରମରେ ଅତିଥି ବୃନ୍ଦାଙ୍କୁ ଆଇଆଇଏମ ସମ୍ବଲପୁର ତରଫରୁ ଉପଢ଼ୋକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ପ୍ରଧ୍ୟାପକଙ୍କ ସମେତ ପିଏଚଡ଼ି ସ୍କଲାର ସହିତ ଅନ୍ୟାନ୍ୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ତିତ ରହିଥିଲେ।

kalyan agarbati

Comments are closed.