ଓଡ଼ିଶାରେ ପ୍ରଥମ ଥର ପାଇଁ ହେବ ‘ଆଇକନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪’

ଡେସ୍କ: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ‘ଆଇକନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪’। ହାଇଟେକ୍ ମେଡିକାଲ କଲେଜ କ୍ରିକେଟ୍ ଗ୍ରାଉଣ୍ଡରେ ଡିସେମ୍ବର ୨ରୁ ୪ ଯାଏଁ ଚାଲିବ ଏହି ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ମୂଳ ଲକ୍ଷ ରହିଛି ଖେଳର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ।

prayash

ଆଇକନିକ ଟ୍ରାନ୍ସଫରମେସନ୍ ଓଡ଼ିଶା ହ୍ବିଲଚେୟାର ଦଳକୁ ସହଯୋଗର ହାତ ବଢ଼ାଇବା ସହିତ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇଛି। ଓଡ଼ିଶାର ଦଳ ଏବେ ବଡ଼ ବଡ଼ ଦଳକୁ ଟକ୍କର ଦେବାପାଇଁ ରହିଛି ପ୍ରସ୍ତୁତ। ଆଇକନିକ ଟ୍ରାନ୍ସଫରମେସନ୍ ଏହା ପୁର୍ବରୁ ସଫଳତା ସହିତ ଓଡ଼ିଶା ହକି ଚାମ୍ପିଅନସିପ ୨୦୨୪ , ଜାତୀୟ ସ୍ତରରେ ଭିନ୍ନକ୍ଷମଙ୍କ ପାଇଁ କ୍ରିକେଟ୍ ମ୍ୟାଚ୍ ଓ ଆଇକନିକ ସ୍ପୋର୍ଟସ ଆଇକନ୍ ଆୱାର୍ଡ଼ର ଆୟୋଜନ କରିଛି। ୩ ଦିନ ଧରି ହେବାକୁ ଥିବା ଏହି ‘ଆଇକୋନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪’ର ଗ୍ରାଣ୍ଡ ଫାଇନାଲ ମୁକାବିଲା ଡିସେମ୍ବର ୪ରେ ହେବ। ୪ଟି ଦଳ ମଧ୍ୟରେ ଟ୍ରଫି ପାଇଁ ହେବ କଡ଼ା ଟକ୍କର।

ଆୟୋଜିତ ହେବାକୁ ଥିବା ସମାରୋହରେ ଫିଲ୍ମ ‘ମହାବାହୁ’ ପାଇଁ ରାଜ୍ୟ ସରକାରଙ୍କ ପାଖରୁ ଶ୍ରେଷ୍ଠ ପ୍ରଜୋଜକ ସମ୍ମାନ ହାସଲ କରିଥିବା ପ୍ରଜୋଜିକ କେ.ତମନାଙ୍କୁ ସମ୍ମାନିତ କରାଯିବ। ଏହା ବ୍ୟତୀତ ଆଇକନିକ ଟ୍ରାନ୍ସଫରମେସନର ପ୍ରତିଷ୍ଠାତା ଓ ନିର୍ଦେଶକ ଡ଼ ଚିଦାତମିକା ଖଟୁଆ, ଡ଼ ସଞ୍ଜୟ ଚୌଧୁରୀ, ସେଖ ଅବଦୁଲ ସମିମ୍ ଓ ୟଙ୍ଗ ଇଣ୍ଡିଆନ୍ସର ଚେୟାରମ୍ୟାନ୍ ସୋନାଲ ଏନ୍ ମୋରେ ଉପସ୍ଥିତ ରହିବେ।

kalyan agarbati

Comments are closed.