www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ୱକପ୍‌ ବିଜେତାଙ୍କୁ ଦିଆଯିବ ଅଭିନନ୍ଦନ, ମ୍ୟାଚ ପୂର୍ବରୁ ହେବ ସୂର୍ଯ୍ୟକିରଣ ଏୟାର ଶୋ

ଅହମ୍ମଦାବାଦ୍‌: ବିଶ୍ବକପ ଇତିହାସରେ ପ୍ରଥମ ଥର ଏମିତି ହେବାକୁ ଯାଉଛି। ଟ୍ରଫି ସହ ଆକାଶରେ ବିଶ୍ବ ଚମ୍ପିଆନ୍‌ର ନାମ ଲେଖାଯିବ। ୧୨୦୦ ଡ୍ରୋନ ଦ୍ବାରା ପ୍ରଦର୍ଶିତ ଆଲୋକ ମାଧ୍ୟମରେ ଏହା ସମ୍ଭବ ହେବ। ବିଜେତାକୁ ଟ୍ରଫି ଦିଆଯିବା ପରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ନିଆରା ଆତସବାଜିରେ ଆଲୋକିତ କରାଯିବ। ସୂର୍ଯ୍ୟକିରଣର ଏରିଆଲ ଶୋ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ଏକ ଲେଜର ଶୋ ଏବଂ ସଙ୍ଗୀତଜ୍ଞ ପ୍ରୀତମଙ୍କ ଦ୍ବାରା ଏକ ମ୍ୟୁଜିକାଲ ଶୋ ଆୟୋଜିତ ହେବ। ଏହାଛଡ଼ା ପୂର୍ବତନ ବିଶ୍ବବିଜେତା ଅଧିନାୟକଙ୍କୁ ସମ୍ମାନିତ କରାଯିବା ସହ ଷ୍ଟାଡିୟମରେ ସେମାନଙ୍କ ପରେଡ ମଧ୍ୟ ନିଆଯିବ। ଆଇସିସି ପକ୍ଷରୁ ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଇନଥିଲା। ଉଦ୍‌ଯାପନୀ ଉତ୍ସବକୁ ସ୍ମରଣୀୟ କରିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମ୍ୟାଚ ପୂର୍ବରୁ ସୂର୍ଯ୍ୟକିରଣର ୯ଟି ବିମାନ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଉପରେ ଦଳର ଅଧିନାୟକ ୱିଙ୍ଗ କମାଣ୍ଡର ସିଦ୍ଧେଶ କାର୍ତ୍ତିକଙ୍କ ନେତୃତ୍ବରେ ଉଡିବା ସହ କ୍ରିକେଟପ୍ରେମୀଙ୍କୁ ବିମୋହିତ କରିବେ। ପ୍ରୀତମଙ୍କ ସଂଗୀତ ଗ୍ରୁପ ଦ୍ବାରା ଦିଲ୍‌ ଜଶନ ବୋଲ୍‌ ଆୟୋଜିତ ହେବ। ଏହି ସମୟ ମଧ୍ୟରେ କେସରିଆ, ଲେହରା ଦୋ ଓ ଜିତେଗା ଜିତେଗା ଗୀତ ଶୁଣିବାକୁ ମିଳିବ।

ସେହିପରି ପ୍ରଥମ ଇନିଂସ ଶେଷ ହେବା ପରେ ରାତ୍ରୀଭୋଜନରେ ପୂର୍ବତନ ବିଶ୍ବ ବିଜେତା ଅଧିନାୟକ କ୍ଲାଇଭ ଲୟଡ (ୱଷ୍ଟଇଣ୍ଡିଜ୍‌), କପିଳ ଦେବ (ଭାରତ), ଆଲାନ ବର୍ଡର (ଅଷ୍ଟ୍ରେଲିଆ), ଅର୍ଜୁନ ରଣତୁଙ୍ଗା (ଶ୍ରୀଲଙ୍କା), ରିକି ପଣ୍ଟିଂ (ଅଷ୍ଟ୍ରେଲିଆ), ମହେନ୍ଦ୍ର ସିଂହ ଧୋନୀ (ଭାରତ), ଇୟାନ ମୋର୍ଗାନ (ଇଂଲଣ୍ଡ)ର ସମ୍ମାନିତ କରାଯିବ। ଏହି ପରେଡରେ ଯୋଗ ଦେବା ନେଇ ଇମ୍ରାନ ଖାନ (ପାକିସ୍ତାନ), ମାଇକେଲ କ୍ଲାର୍କ (ଅଷ୍ଟ୍ରେଲିଆ) ଓ ଷ୍ଟିଭ୍‌ ୱ ଯୋଗଦେବା ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଶେଷରେ ବିଜେତା ତାଙ୍କ ନାମ ଆକାଶରେ ଲେଖି ବିଶ୍ବ ମୁକୁଟ ପିନ୍ଧିବେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories