www.samajalive.in
Friday, December 5, 2025
19.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

(୧) ଆଜି କ୍ରିକେଟ ବିଶ୍ୱକପ୍ ମହାମୁକାବିଲା
– ଅହମ୍ମଦାବାଦରେ ହେବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ
– ୨୦ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ
– ତୃତୀୟ ଥର ବିଶ୍ୱକପ ଟାଇଟଲ ହାସଲ ପାଇଁ ଲଢେଇ କରିବ ଭାରତ
– ଭାରତର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା
– ବାରାଣାସୀର ଦଶାଶ୍ୱମେଧ ଘାଟରେ ହେଲା ସ୍ୱତନ୍ତ୍ର ଆଳତି
– ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
– ପୁରୀ ବେଳାଭୂମିରେ ବାଲୁକା କଳାରେ ଲେଖିଲେ ‘ଗୁଡ ଲକ୍ ଟିମ ଇଣ୍ଡିଆ’
– ବିଶ୍ୱକପ୍ ମହାମୁକାବିଲା ପାଇଁ ବିସିସିଆଇ ଆୟୋଜନ କରିଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
– ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁସେନା ପ୍ରଦର୍ଶନ କରିବ ସୂର୍ଯ୍ୟକିରଣ ଏୟାର ଶୋ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍‌ ଶାହା ଦେଖିବେ କ୍ରିକେଟ ବିଶ୍ବକପ
– ପ୍ରଧାନମନ୍ତ୍ରୀଙ୍କ ସହ କ୍ରିକେଟ ବିଶ୍ବକପ ଦେଖିବେ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ
– ଭାରତ – ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦରେ ପହଁଚିଲେ କିମ୍ବଦନ୍ତୀ କ୍ରିକେଟର୍ କପିଲ୍ ଦେବ ଓ ସଚିନ ତେନ୍ଦୁଲକର
(୨) ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
– ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
(୩) କେନ୍ଦୁଝରରୁ ରାଉରକେଲା ଆସିବା ବେଳେ ବଣାଇ ମହୁଲପଦା ଫୁଲଝର ନିକଟରେ ପୋଲରୁ ୨୦ ଫୁଟ୍‌ ତଳକୁ ଖସିଲା କାର୍‌
– ଜଣେ ଆହତ, ୨ ଗୁରୁତର
(୪) କେନ୍ଦୁଝର ତେଲକୋଇ ବନାଞ୍ଚଳ ଆକୁଳ ଗାଁ ନିକଟରୁ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories