(୧) ଆଜି କ୍ରିକେଟ ବିଶ୍ୱକପ୍ ମହାମୁକାବିଲା
– ଅହମ୍ମଦାବାଦରେ ହେବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ
– ୨୦ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ
– ତୃତୀୟ ଥର ବିଶ୍ୱକପ ଟାଇଟଲ ହାସଲ ପାଇଁ ଲଢେଇ କରିବ ଭାରତ
– ଭାରତର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା
– ବାରାଣାସୀର ଦଶାଶ୍ୱମେଧ ଘାଟରେ ହେଲା ସ୍ୱତନ୍ତ୍ର ଆଳତି
– ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
– ପୁରୀ ବେଳାଭୂମିରେ ବାଲୁକା କଳାରେ ଲେଖିଲେ ‘ଗୁଡ ଲକ୍ ଟିମ ଇଣ୍ଡିଆ’
– ବିଶ୍ୱକପ୍ ମହାମୁକାବିଲା ପାଇଁ ବିସିସିଆଇ ଆୟୋଜନ କରିଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
– ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁସେନା ପ୍ରଦର୍ଶନ କରିବ ସୂର୍ଯ୍ୟକିରଣ ଏୟାର ଶୋ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା ଦେଖିବେ କ୍ରିକେଟ ବିଶ୍ବକପ
– ପ୍ରଧାନମନ୍ତ୍ରୀଙ୍କ ସହ କ୍ରିକେଟ ବିଶ୍ବକପ ଦେଖିବେ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ
– ଭାରତ – ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦରେ ପହଁଚିଲେ କିମ୍ବଦନ୍ତୀ କ୍ରିକେଟର୍ କପିଲ୍ ଦେବ ଓ ସଚିନ ତେନ୍ଦୁଲକର
(୨) ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
– ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
(୩) କେନ୍ଦୁଝରରୁ ରାଉରକେଲା ଆସିବା ବେଳେ ବଣାଇ ମହୁଲପଦା ଫୁଲଝର ନିକଟରେ ପୋଲରୁ ୨୦ ଫୁଟ୍ ତଳକୁ ଖସିଲା କାର୍
– ଜଣେ ଆହତ, ୨ ଗୁରୁତର
(୪) କେନ୍ଦୁଝର ତେଲକୋଇ ବନାଞ୍ଚଳ ଆକୁଳ ଗାଁ ନିକଟରୁ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଦିନ ୧୦ଟା – ମୁଖ୍ୟ ଖବର
Popular Categories



