ଆଇଏଏସ୍‌ ଟପ୍ପରଙ୍କ ବିବାହ ଭୋଜିରେ ଭେଙ୍କେୟା ଓ ସୁମିତ୍ରା

0

ନୂଆଦିଲ୍ଲୀ : ଆଇଏଏସ୍‌ ଟପ୍ପର ଦମ୍ପତି ଟିନା ଡାବି ଓ ଆଥର ଅମିର ଖାଁଙ୍କ ବିବାହ ଭୋଜି ଶନିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତିି ସୁମିତ୍ରା ମହାଜନ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରୀୟ ଦିଲ୍ଲୀର ଅଶୋକା ରୋଡଠାରେ ଏହି ଭୋଜି ଆୟୋଜିତ ହୋଇଥିଲା। ଟିନା(୨୪) ଓ ଅମିର(୨୪)ଙ୍କ ମଧ୍ୟରେ ଗତ ମାସରେ ଜୟପୁରଠାରେ ବିବାହ ହୋଇଥିଲା ଓ ଏପ୍ରିଲ ୭ରେ ଅମିରଙ୍କ ଘର କାଶ୍ମୀରର ପହଲଗାଓଁଠାରେ ପାରିବାରିକ ଭୋଜିର ଆୟୋଜନ ହୋଇଥିଲା। ୨୦୧୫ ସର୍ବଭାରତୀୟ ସେବା ପରୀକ୍ଷାରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟିନା ଓ ଅମିର ଏବେ ରାଜସ୍ଥାନ ପାହ୍ୟାର ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିବାରୁ ସେହି ରାଜ୍ୟର ଅଧିକାଂଶ ଉଚ୍ଚାଧିକାରୀ ବିବାହ ଭୋଜିରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସେମାନଙ୍କ ପ୍ରେମ-ବିବାହକୁ ନେଇ ହିନ୍ଦୁ ମୌଳବାଦୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ଟିନା-ଅମିରଙ୍କ ବିବାହ ସୁରୁଖୁରୁରେ ସମାପ୍ତ ହୋଇଛି। ସେମାନଙ୍କ ବିବାହ ଧର୍ମ ଓ ସମ୍ପ୍ରଦାୟକୁ ନେଇ ରହିଥିବା ସମସ୍ତ ସୀମାର ଊର୍ଦ୍ଧ୍ବରେ ବୋଲି ଦଳିତ ସମ୍ପ୍ରଦାୟରୁ ଆସିଥିବା ଟିନା କହିଛନ୍ତି।

Leave A Reply