www.samajalive.in
Sunday, December 7, 2025
14.1 C
Bhubaneswar

ଲଟେରୀ ରାଜା ମାର୍ଟିନଙ୍କ ୭୦ଟି ସ୍ଥାନରେ ଆୟକର ଚଢ଼ଉ

ଚେନ୍ନଇ : ‘ଲଟେରୀ ରାଜା’ ଭାବେ ପରିଚିତ ମାର୍ଟିନ ସାଣ୍ଟିଆଗୋଙ୍କ ଘର ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଉପରେ ମଙ୍ଗଳବାର ଆୟକର ବିଭାଗ ଚଢ଼ଉ କରିଛି। ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ଲଟେରୀ ବ୍ୟବସାୟର ମାର୍କେଟିଂ ପ୍ରତିନିଧି ମାର୍ଟିନଙ୍କର କୋଏମ୍ବାଟୁର, କଲକାତା, ଚେନ୍ନଇ, ମୁମ୍ବଇ, ହାଇଦରାବାଦ ଓ ଦିଲ୍ଲୀସ୍ଥିତ ୭୦ଟି କାର୍ଯ୍ୟାଳୟ ଓ ଘର ଉପରେ କୋଏମ୍ବାଟୁର ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଛି। ମାର୍ଟିନ ପଶ୍ଚିମବଙ୍ଗ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଚାଲିଥିବା ଲଟେରୀ ବ୍ୟବସାୟ କ୍ଷେତ୍ରରେ ସର୍ବାଧିକ ସକ୍ରିୟ ଓ ଏହି ବ୍ୟବସାୟରେ ତାଙ୍କର ଏକଚାଟିଆ ଆଧିପତ୍ୟ ରହିଛି। ଏହା ମାଧ୍ୟମରେ ସେ ରିୟଲ ଇଷ୍ଟେଟ୍‌ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବେଶ୍‌ ପ୍ରତିଷ୍ଠା ଅର୍ଜନ କରିଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି; ତେବେ ଚଢ଼ଉରୁ କ’ଣ କେତେ ମିଳିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇ ନାହିଁ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories