www.samajalive.in
Tuesday, December 9, 2025
15.1 C
Bhubaneswar

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କଲକାତାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳୀୟ ମିଳିତ ମଞ୍ଚର ମିଳିତ ଆନୁକୂଲ୍ୟରେ କଲକାତାଠାରେ ୭୬ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।
ସକାଳ ୯ଟା ସମୟରେ ଲେନିନ୍‌ ସରଣୀଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବାବେଳେ ସେଠାରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଓ ଉତ୍କଳ ଭବନର ପ୍ରବନ୍ଧକ ରାମଚନ୍ଦ୍ର ହେମ୍ବ୍ରମ୍‌ଙ୍କ ସମେତ ବାବା ହରିଶ୍ଚନ୍ଦ୍ର କଳାପରିଷଦ, ଓଡ଼ିଶା ପ୍ରଗତି ସଂଘ, ଯାଜପୁର ଆଞ୍ଚଳିକ କମିଟି, ଉତ୍କଳ ଯାଦବ ମହାସଭା କଲକାତା, ଜଗନ୍ନାଥ ପୂଜା କମିଟିି, କଳିପାଟ କଲଚରାଲ୍‌ େୱଲଫେୟାର ସୋସାଇଟି, ଆଖଣ୍ଡଳମଣି ଉନ୍ନୟନ କମିଟି, ନିଖିଳବଙ୍ଗ ଉତ୍କଳ ସମାଜ ଇତ୍ୟାଦି ଅନ୍ୟାନ୍ୟ ଅନୁଷ୍ଠାନର ପ୍ରତିନିଧିବୃନ୍ଦ ସମବେତ ହୋଇ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ।
କଲକାତାସ୍ଥିତ ଇଣ୍ଡିଆନ୍‌ ଆସୋସିଏସନ୍‌ ସଭା ଗୃହରେ ଏହି ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୋଗଦେଇ ଅତିଥିମାନେ ସ୍ୱାଧୀନତା ମାନବଜାତିର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ଉଲ୍ଲେଖ କରିବା ସହିତ ନିରାପତ୍ତା ଓ ଆର୍ଥିକ ବିକାଶ ବଳରେ ସ୍ୱାଧୀନତାର ପ୍ରକୃତ ଉପଲବ୍ଧି ହୋଇଥାଏ ବୋଲି ମତ ଦେଇଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମି, ବିଶେଷତ୍ୱ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସଂପର୍କରେ ବକ୍ତବ୍ୟ ରଖି ସ୍ୱାଧୀନତାର ସୁରକ୍ଷା ନିମନ୍ତେ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ। ମିଳିତ ମଞ୍ଚର ସଭାପତି ରବିନାରାୟଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସତ୍ୟଜିତ୍‌ ରାୟ ଫିଲମ୍‌ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ହିମାଂଶୁଶେଖର ଖଟୁଆ, ବିଶିଷ୍ଟ ସମାଜସେବୀ ରାଜଶ୍ରୀ ମହାପାତ୍ର, ଉପସଭାପତି କ୍ଷୀରୋଦ ଧଳ, ବିଶିଷ୍ଟ ସମାଜସେବୀ ବିଶ୍ୱରୂପ ଦେ, ସୂଚନ ଅଧିକାରୀ ଶ୍ରୀ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ କୋଲକାତା ତଥା ଆଖପାଖ ଅଞ୍ଚଳର ୩୦ଟି ଓଡ଼ଆ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ବିଜୟ କୁମାର ବାରିକ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷା ସେଲ୍‌ର ଆବାହକ ପ୍ରଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଲକାତା ମହାନଗରୀର ବହୁ ବିଶିଷ୍ଟ ଓଡ଼ିଆ ବୁଦ୍ଧିଜୀବୀ, ସାମ୍ବାଦିକ, ସଂସ୍କୃତିପ୍ରେମୀ, ସ୍ବେଚ୍ଛାସେବୀ ତଥା ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories