www.samajalive.in
Tuesday, December 9, 2025
16.1 C
Bhubaneswar

ବାଲେଶ୍ୱରରେ ସ୍ୱାମୀଙ୍କୁ ହାଣିଲେ, ବାରିପଦା ଥାନାରେ ଆତ୍ମସମର୍ପଣ କଲେ

ବାରିପଦା: ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ଅଧିନସ୍ଥ ଗୁଡିପଦା ଗାଁରେ ଜଣେ ମହିଳା ନିଜ ସ୍ବାମୀଙ୍କୁ ହତ୍ୟା କରି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସ୍ୱାମୀଙ୍କୁ କଟୁରୀରେ ହାଣି ହତ୍ୟା କରିବା ପରେ ବାରିପଦା ସଦର ଥାନାକୁ ଯାଇ ସେ ଆତ୍ମସମର୍ପଣ କରିଛନ୍ତି।
ସୂଚନା ଅନୁସାରେ, ବାରିପଦା ସଦରଥାନା ଅନ୍ତର୍ଗତ ସିରିଶବଣୀ ଗାଁର ସୀତା ହେମ୍ବ୍ରମ ୧୨ବର୍ଷ ବୟସରୁ ସେହି ଗାଁର ବଢ ମାରାଣ୍ଡିଙ୍କ ସହିତ ରହି ଆସୁଥିଲେ। ୧୪ ବର୍ଷ ବୟସରୁ ସୀତା ବଢ ମାରାଣ୍ଡିଙ୍କ ପୁଆର ମାଆ ହୋଇଥିଲେ। ହେଲେ ଦୀର୍ଘବର୍ଷ ଧରି ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ବିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମାଡ଼ପିଟ ଓ କଳିଝଗଡ଼ା ଲାଗି ରହୁଥିଲା। ପିଲାର ମାଆ ହେବା ପରେ ମଧ୍ୟ ସୀତାଙ୍କୁ ସ୍ତ୍ରୀ’ର ସ୍ୱୀକୃତି ଓ ପୁଅକୁ ବାପାର ପରିଚୟ ନଦେବା ସହିତ ଅନ୍ୟତ୍ର ବିବାହ କରି ମାଆ-ପୁଅଙ୍କୁ ଅବହେଳା କରି ଆସୁଥିଲେ। ଶେଷରେ ଅତିଷ୍ଠ ହୋଇ ସୁଯୋଗ ଅପେକ୍ଷାରେ ଥିବା ସୀତା ମଙ୍ଗଳବାର ବିଳମ୍ବିତ ରାତିରେ ସ୍ୱାମୀ ବଢ ହେମ୍ବ୍ରମ ଙ୍କୁ ହତ୍ୟା କରିଛନ୍ତି। ଆତ୍ମସମର୍ପଣ ପରେ କେମିତି ସୀତା ନିଜ ସ୍ୱାମୀଙ୍କୁ ହତ୍ୟା କଲେ ସେକଥା ବିନା ଅନୁତାପରେ ନିଜେ କହିଛନ୍ତି। ହତ୍ୟା କରିବା ପରେ ସୀତା ବାଲେଶ୍ୱର ଷ୍ଟେସନରୁ ଟ୍ରେନ ଯୋଗେ ପ୍ରଥମେ ରୁପସା ଆସି ତାପରେ ପୁଣି ଟ୍ରେନ ଧରି ବାରିପଦା ଷ୍ଟେସନରେ ଓହ୍ଲାଇ ସଦର ଥାନାରେ ପହଞ୍ଚିଥିଲେ। ଆତ୍ମସମର୍ପଣ ପରେ ବାଲେଶ୍ୱର ପୁଲିସକୁ ବାରିପଦା ସଦରଥାନା ଖବର ଦେଇଛି। ବାଲେଶ୍ୱର ସହଦେବ ଖୁଣ୍ଟା ପୁଲିସ ବାରିପଦା ଆସିବା ପରେ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯିବ ବୋଲି ବାରିପଦା ଏସ୍.ଡି.ପି.ଓ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories