ସ୍ବାମୀ-ସ୍ତ୍ରୀଙ୍କ କଳହର ମଜା ନେଉଥିଲେ ପଡୋଶୀ, ଖାଇଲେ ଗୁଳି

0

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଏହାର ମଜା ନେଉଥିବା ଜଣେ ପଡୋଶୀଙ୍କୁ ମହଙ୍ଗା ପଡିଛି । କଥାରେ ଅଛି ଦୁଇ ଜଣଙ୍କ କଳହରେ ତୃତୀୟ ଲୋକର ଲାଭବାନ୍ ହୁଏ, କିନ୍ତୁ ଏହି ଘଟଣାରେ କଥା ପୁରା ଅଲଗା । ସ୍ବାମୀ-ସ୍ତ୍ରୀଙ୍କ କଳହରୁ ଗୁଳି ଖାଇଛନ୍ତି ପଡୋଶୀ । ଗୁଳି ମାଡରେ ଆହତ ହୋଇ ପଡ଼ୋଶୀ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

prayash

ଘଟଣା ଏହିପରି, ରାଜଧାନୀ ଦିଲ୍ଲୀ ନରେଲା ଅଞ୍ଚଳର ବି-୨ରେ ବସବାସ କରୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହୁଥିଲା। ଗତ ଗୁରୁବାର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିଥିଲେ । ପରେ ଶୁକ୍ରବାର ଦିନ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଜବରଦସ୍ତ କାର ବସାଇ କୁଆଡେ ନେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ରାଜି ହୋଇ ନ ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚାଳନା କରିଥିଲେ । ଏହି ଗୁଳି ସିଧା ଯାଇ ବାଜିଥିଲା ବାଲକୋନୀରେ ଠିଆ ହୋଇ ସେମାନଙ୍କ ଝଗଡା ଦେଖୁଥିବା ଜଣେ ପଡୋଶୀ ମହିଳାଙ୍କ ପେଟରେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ନିକଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗୁଳି ଚଳାଇବା ପରେ ସ୍ବାମୀ ତାଙ୍କ ସ୍ତ୍ରୀକୁ ଗାଡିରେ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

kalyan agarbati
Leave A Reply