mission shakti banner

ସ୍ତ୍ରୀକୁ ବଳପୂର୍ବକ ଉଠାଇ ନେବା ବେଳେ ନିସ୍ତୁକ ମାଡ ଖାଇଲେ ସ୍ବାମୀ

BSKY banner  750×100
0

ଧର୍ମଗଡ: କଳାହାଣ୍ଡି ଜିଲା ବୋଲାମୁଣ୍ଡା ବ୍ଳକ୍ ଅନ୍ତର୍ଗତ ବରନ୍ଦିମୁଣ୍ଡା ଗାଁର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ବଳପୂର୍ବକ ଉଠାଇ ନେଉଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ପାଟି ଶୁଣି ବୋଡେନ ଗ୍ରାମବାସୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ ସ୍ବାମୀ ଏବଂ ଗାଡି ଚାଳକକୁ ନିସ୍ତୁକ ମାଡ ମରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତିନ ଜଣଙ୍କୁ ଥାନରେ ଅଟକ ରଖିଛି । ମହିଳା ଜଣଙ୍କ ତିନି ବର୍ଷ ସ୍ବାମୀଙ୍କ ସହ ପାଟିତୁଣ୍ଡ କରି ବାପ ଘରେ ରହି ଆସୁଥିଲେ । ଆଜି ତାଙ୍କ ସ୍ବାମୀ ତାଙ୍କୁ ନେବା ଆସିଥିଲେ କିନ୍ତୁ ସେ ଅରାଜି ହେବାରୁ ଜୋର ଜବରଦସ୍ତି ଛତିଶଗଡ ଜଗଦଲପୁର ଉଠାଇ ନେଉଥିବା ଜଣାପଡିଛି । ମହିଳାଙ୍କ ପାଟି ଶୁଣି ଧର୍ମଗଡ ବୋଡେନ ନିକଟରେ ଗ୍ରାମବାସୀମାନେ ଉକ୍ତ ଗାଡିକୁ ଅଟକାଇ ସ୍ବାମୀ ଓ ଗାଡି ଚାଳକଙ୍କୁ ନିସ୍ତୁକ ଛେଚିଥିଲେ ।

Leave A Reply