www.samajalive.in
Sunday, December 7, 2025
13.1 C
Bhubaneswar

ମଣିଷ ପରେ ଏବେ ପଶୁକୁ ଡେଇଁଲା କରୋନା : ହଂକଂରେ ଏକ କୁକୁର ଆକ୍ରାନ୍ତ

ହଂକଂ : ବିଶ୍ବରେ ୫୦ରୁ ଅଧିକ ଦେଶରେ ହଇଚଇ ସୃଷ୍ଟି କରିଥିବା କରୋନା ଭୂତାଣୁରେ ବର୍ତ୍ତମାନ ଏକ ପୋଷା କୁକୁର ଆକ୍ରାନ୍ତ ହୋଇଛି। ହଂକଂରେ ଜଣେ ମହିଳାଙ୍କ ପୋଷା କୁକୁର ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମଣିଷଠାରୁ କୌଣସି ପଶୁକୁ ଏହି ଭୂତାଣୁ ସଂକ୍ରମିତ ଏହା ହେଉଛି ପ୍ରଥମ ଘଟଣା। ଏନେଇ ଶୁକ୍ରବାର ଜଣାପଡିଲା ପରେ ପୀଡିତ କୁକୁରକୁ ପଶୁ କେନ୍ଦ୍ରରେ ଅଲଗା ରଖାଯାଇଛି। ସ୍ଥାନୀୟ କୃଷି, ମତ୍ସ୍ୟ ସଂରକ୍ଷଣ ବିଭାଗ (ଏଫସିଡି) ପାଲମେରିଆ କୁକୁରର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି କରୋନାରେ ପୀଡିତ ଥିବା ସୂଚନା ଦେଇଥିଲେ।

ଏଫସିଡି ପକ୍ଷରୁ କୁହାଯାଇଛି ଯେ, କୁକୁରମାନଙ୍କୁ କରୋନା ଭୂତାଣୁ ସଂକ୍ରମିତ ହେବା ନେଇ ବିଶ୍ବବିଦ୍ୟାଳୟ ଏବଂ ପଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମ୍ମତି ପ୍ରକାଶ କରିଛନ୍ତି। ମନୁଷ୍ୟଠାରୁ ପଶୁକୁ ଏହି ଭୂତାଣୁ ସଂକ୍ରମିତ ହେବା ସମ୍ଭବ ବୋଲି ସେ କହିଛନ୍ତି। କିନ୍ତୁ କୁକୁର ଠାରେ କରୋନା ଭୂତାଣୁର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ସେହିପରି କରୋନା ସଂକ୍ରମିତ ଲୋକଙ୍କ ଠାରୁ କୁକୁର ଓ ବିଲେଇ ପରି ଗୃହପାଳିତ ପଶୁଙ୍କୁ ଅଲଗା ରଖିବାକୁ ଏଫସିଡି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ପଶୁଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖାଯିବ। କୌଣସି ପରିସ୍ଥିତିରେ ଗୃହପାଳିତ ପଶୁମାନଙ୍କୁ ଛାଡ଼ିଦେବା ଉଚିତ୍ ନୁହେଁ ବୋଲି ଏଫ୍‌ସିଡି ମୁଖପାତ୍ର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ହଂକଂରେ ୧୦୨ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories