www.samajalive.in
Saturday, December 6, 2025
19.1 C
Bhubaneswar

କୁକୁର ବୁଦ୍ଧି ଯୋଗୁ ବଞ୍ଚିଗଲା ପରିବାରର ଜୀବନ, ଆଶ୍ଚର୍ଯ୍ୟ କରିବ ଭିଡିଓ

ଡେସ୍କ: ସମସ୍ତେ ଜାଣନ୍ତି ଯେ କୁକୁର ଏକ ବିଶ୍ୱସ୍ତ ପ୍ରାଣୀ, କିନ୍ତୁ କୁକୁର ବିଶ୍ୱସ୍ତ ହେବା ସହ ବେଶ୍‌ ବୁଦ୍ଧିମାନ ମଧ୍ୟ ହୋଇଥାଏ। ଅନେକ ଥର ଇଣ୍ଟରନେଟରେ ସେମାନଙ୍କର ବିଶ୍ୱସ୍ତତା କିମ୍ବା ସାହସିକତାର ଭିଡିଓ ଦେଖିବାକୁ ମିଳିଥାଏ। କେହି ପାଣି ଭିତରକୁ ଡେଇଁ ମାଲିକଙ୍କ ଜୀବନ ବଞ୍ଚାଇଥାଏ ତ ଆଉ କେତେକ କୁକୁର ମୃତ୍ୟୁ ପରେ ମଧ୍ୟ ମାଲିକଙ୍କୁ ଅପେକ୍ଷା କରି ରହିଥାଏ। ଠିକ୍‌ ଏଭଳି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି, ଯେଉଁଥିରେ କୁକୁରର ବୁଦ୍ଧି ସାରା ପରିବାରର ଜୀବନ ବଞ୍ଚାଇଦେଇଛି। ଭିଡିଓକୁ ଲୋକ ଖୁବ୍‌ ପସନ୍ଦ କରୁଛନ୍ତି ଏବଂ ଅନେକ ମାତ୍ରାରେ ଶେୟାର କରୁଛନ୍ତି।


ଏହା ଏକ ସିସିଟିଭି ଭିଡିଓ, ଯାହାକୁ ଇନ୍‌ଷ୍ଟାଗ୍ରାମରେ ‘ସଚ କଡ଼ୱା ହୈ’ ନାମକ ପେଜ୍‌ରେ ଶେୟାର କରାଯାଇଛି। ଭିଡିଓରେ କୁକୁର ଘରେ ଏକ ଖଟିଆ ଉପରେ ବସିଛି। ନିକଟରେ ଏକ ଇଲେକ୍ଟ୍ରିକ୍ ସ୍କୁଟରକୁ ମଧ୍ୟ ଚାର୍ଜ କରାଯାଉଛି, କିନ୍ତୁ ହଠାତ୍ ଇଲେକ୍ଟ୍ରିକ୍ ସ୍କୁଟର ସହିତ ସଂଯୁକ୍ତ ଏକ ଏକ୍ସଟେନ୍‌ସନ୍ ବୋର୍ଡରେ ସର୍ଟ ସର୍କିଟ ଘଟି ନିଆଁ ଲାଗିଯାଉଛି। ଏହି ନିଆଁ ଧୀରେ ଧୀରେ ଇଲେକ୍ଟ୍ରିକ୍ ସ୍କୁଟରକୁ ଧରିବା ଆରମ୍ଭ କରୁଛି। କୁକୁର କିଛି ସମୟ ଏହାକୁ ଦେଖୁଛି। ଟିକିଏ ଭୟଭୀତ ମଧ୍ୟ ହେଉଛି, କିନ୍ତୁ ତା’ପରେ ଖଟିଆରୁ ଓହ୍ଲାଇ ବିଦ୍ୟୁତ ବୋର୍ଡକୁ ଏକ୍ସଟେନ୍‌ସନ୍‌ରୁ ଅଲଗା କରିବାକୁ ଚେଷ୍ଟା କରୁଛି। ଏହାପରେ ସେ ପୁଣି ଆସି ଖଟିଆ ଉପରେ ବସିଯାଉଛି। ଏହି ସମୟ ଅଳ୍ପ ଲାଗିଥିବା ନିଆଁ ମଧ୍ୟ ଲିଭିଯାଉଛି। ଏହିପରି ଭାବେ କୁକୁରର ବୁଦ୍ଧି ଯୋଗୁଁ ସମ୍ପୂର୍ଣ୍ଣ ଘର ନିଆଁରୁ ରକ୍ଷା ପାଇଯାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories