www.samajalive.in
Sunday, December 7, 2025
18.1 C
Bhubaneswar

ୱାୱେ ମେଟ-୩୦ ଏବଂ ମେଟ-୩୦ ପ୍ରୋର ବଜାର ପ୍ରବଶେ

ନୂଆଦିଲ୍ଲୀ : ୱାୱେ ମେଟ ସିରିଜର ଦୁଇଟି ସ୍ମାର୍ଟଫୋନ ୱାୱେ ମେଟ-୩୦ ଏବଂ ମେଟ-୩୦ ପ୍ରୋ ଲଞ୍ଚ ହୋଇଛି। କମ୍ପାନୀ ତରଫରୁ ଗ୍ରାହକଙ୍କ ପାଇଁ ଏହି ଫୋନରେ ହାଲୋ ରିଙ୍ଗ ଡିଜାଇନ୍ ଦିଆଯାଇଛି। ଯେଉଁଥିରେ ଲେଇକା ଅକଟିକ୍ସ ରହିଛି। ଏହାବ୍ୟତୀତ ଦୁଇଟି ହେଡଫୋନ ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଭାରତରେ ଏହି ଫୋନ ଲଞ୍ଚ ହେବାକୁ ନେଇଁ ଏପର୍ୟ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।
ୱାୱେ ମେଟ-୩୦ର ୮ଜିବି ରାମ+୧୨୮ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ମଡେଲର ମୂଲ୍ୟ ୬୩ହଜାର ଟଙ୍କା। ମେଟ-୩୦ ପ୍ରୋର ୮ଜିବି ରାମ+ ୨୫୬ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୮୬ହଜାର ୭୦୦ଟଙ୍କା।

pic courtesy-Techradar

ୱାୱେ ମେଟ-୩୦ର ବିଶେଷତ୍ଵ
ଏଥିରେ ଏମଆଇୟୁଆଇ ୧୦ଅପରେଟିଂ ସିଷ୍ଟମର ସପୋର୍ଟ ଦିଆଯାଇଛି। କମ୍ପାନୀର ଏହି ଫୋନରେ ୬.୬୨ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୩୪୦ପିକ୍ସଲ ରହିଛି। ଫୋନରେ ଅକ୍ଟାକୋର ହାଇସିଲିକନ୍ କିରିନ୯୯୦ଚିପସେଟ ଦିଆଯାଇଛି।
ଏହାର କ୍ୟାମେରା ବିଷୟରେ କହିଲେ ଏଥଇରେ ଟ୍ରିପଲ ରିଅର କ୍ୟାମେରା ଦିଆଯାଇଛି।ଯେଉଁଥିରେ ୪୦ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, ୧୬ମେଗାପିକ୍ସେଲର ଅଲ୍ଟ୍ରା ୱାଇଣ୍ଡ ଆଙ୍ଗଲ ଏବଂ ୮ମେଗାପିକ୍ସେଲର ଟେଲିଫଟୋ ଲେନ୍ସ ମିଳିବ। ଏହା ସହିତ ଏଥିରେ ୨୪ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି।
ଫୋନରେ ସଂଯୋଗ ପାଇଁ ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ ଏବଂ ୟୁଏସବି ପୋର୍ଟ ଭଳି ଫିଚର୍ସ ଦିଆଯାଇଛି। ଏଥିରେ ୪୨୦୦ଏମଏଚ୍ ବ୍ୟାଟେରୀ ରହିଛି।

- Advertisement -
pic courtesy-android Authority

ୱାୱେ ମେଟ-୩୦ପ୍ରୋ
ଏଥିରେ ୬.୫୩ଇଞ୍ଚର ଫୁଲ ଏଚଡି ପ୍ଲସ ଫ୍ଲାକ୍ସ ଓଏଲଇଡି ହରିଜୋନ ଡିସପ୍ଲେ ମିଳିବ, ଯାହାର ରିଜୋଲ୍ୟୁସନ ୧୧୭୬/୨୪୦୦ପିକ୍ସଲ ରହିଛି। ଫୋନରେ ଅକ୍ଟାକୋର ହାଇସିଲିକନ୍ କିରିନ୍ ୯୯୦ପ୍ରୋସେସର ଦିଆଯାଇଛି।
ଫୋନରେ ଟ୍ରିପଲ ରିଅର କ୍ୟାମେରା ରହିଛି। ଯେଉଁଥିରୁ ୪୦ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, ୪୦ମେଗାପିକ୍ସେଲର ଅଲ୍ଟ୍ରା ୱାଇଣ୍ଡ ଆଙ୍ଗଲ ଏବଂ ୮ମେଗାପିକ୍ସେଲ ୩ଡି ଡେପ୍ଥ ସେନସର ସାମିଲ ରହିଛି। ଏହାସହିତ ଫୋନରେ ୩୨ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି।
ଫୋନରେ ସଂଯୋଗ ପାଇଁ ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ୍ ଏବଂ ୟୁଏସବି ପୋର୍ଟ ଭଳି ଫିଚର୍ସ ଦିଆଯାଇଛି। ଏହାବ୍ୟାତୀତ ୪ହଜାର ୫୦୦ଏମଏଚ୍ ବ୍ୟାଟେରୀ ରହିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories