www.samajalive.in
Sunday, December 7, 2025
23.1 C
Bhubaneswar

ଦ୍ବନ୍ଦ୍ବରେ ହ୍ରିତିକ୍

ମୁମ୍ବଇ : ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସୁପର-୩୦’ର ଟ୍ରେଲର୍ ଇତିମଧ୍ୟରେ ମୁକ୍ତିଲାଭ କରିଛି। ପ୍ରଶଂସକ ମହଲ ଏଥିରେ ହ୍ରିତିକ୍‌ଙ୍କ ଦମଦାର ଅଭିନୟର ଝଲକ୍‌ ଦେଖିଥିବାବେଳେ ସମୀକ୍ଷକ ମହଲ ମଧ୍ୟ ପ୍ରଶଂସା କରିଛନ୍ତି। କଙ୍ଗନା ରଣାୱତ୍‌ଙ୍କ ସହ ବିବାଦରେ ଛନ୍ଦି ହୋଇପଡ଼ିବା ପରେ ହ୍ରିତିକ୍ ଗଣମାଧ୍ୟମଠାରୁ ମୁହଁ ଲୁଚାଉଥିଲେ। କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ର ମୁକ୍ତିଲାଭ ସମୟରେ ସେ ‘ସୁପର ୩୦’ର ଟ୍ରେଲର୍‌ ମୁକ୍ତିଲାଭ କରିବାକୁ ଯୋଜନା କରିଥିଲେ। ହେଲେ ପ୍ରଶଂସକଙ୍କ ଗତିବିଧିକୁ ଠଉରାଇ ହ୍ରିତିକ୍ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଥିଲେ। ‘ସୁପର ୩୦’ରେ ସେ ଜଣେ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଚରିତ୍ରରେ ଅବତୀର୍ଣ୍ଣ। ଆଇଆଇଟି ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବାରେ ସିଦ୍ଧହସ୍ତ ଏଇ ଶିକ୍ଷକ ଶେଷରେ ଗରିବ ଘରର ପିଲାଙ୍କ ପାଇଁ କିଭଳି ଲଢ଼ୁଛନ୍ତି, ତାହା ହିଁ ମୁଖ୍ୟ କାହାଣୀ। ସତ ଘଟଣା ଉପରେ ଆଧାରିତ ଏଇ ଚଳଚ୍ଚିତ୍ରରେ ହ୍ରିତିକ୍ ଖୁବ୍ ପରିଶ୍ରମ କରିଛନ୍ତି। ଚଳଚ୍ଚିତ୍ରଟି କିନ୍ତୁ ବହୁ ବିବାଦ ମଧ୍ୟ ଇତିମଧ୍ୟରେ ଗତି କରିସାରିଲାଣି। କାରଣ ନିର୍ଦେଶକ ବିକାଶ ବହଲ୍ କିଛି ମାସ ତଳେ ଯୁବତୀଙ୍କୁ ଅସଦାଚରଣ ପାଇଁ ବିବାଦକୁ ଆସିଥିଲେ। ପରେ କିନ୍ତୁ ସେ ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏତେ ଘାତ ପ୍ରତିଘାତ ଦେଇ ଅତିକ୍ରମ କରିବା ପରେ ପୂରା ୟୁନିଟ୍ ଚାହୁଁଛି ଯେ ଅନ୍ତତଃ ଦର୍ଶକଙ୍କୁ ଚଳଚ୍ଚିତ୍ରଟି ପସନ୍ଦ ଆସୁ ଓ ବକ୍ସ ଅଫିସ୍‌ରେ ଜବରଦସ୍ତ ବ୍ୟବସାୟ କରୁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories