www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତି କି କେତେ ତାପମାତ୍ରା ସହ୍ୟ କରିପାରିବ ମନୁଷ୍ୟ ଶରୀର; ୫୦ ଡିଗ୍ରୀ ପାର୍ ହେଲା ମାନେ..

ନୂଆଦିଲ୍ଲୀ : ଦେଶର ଅଧିକାଂଶ ରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମେ’ ୧୬ ରୁ ହିଁ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହି ପାରେ। ଏହା ମଧ୍ୟରେ ମଧ୍ୟପ୍ରଦେଶର ୨୦ ଜିଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର୍ କରିଛି। ସେହିପରି ୪ ଜିଲା ନିବାଡି, ଦତିଆ, ଖଜୁରାହୋ ଓ ରିବାରେ ମଙ୍ଗଳବାର ତାପମାତ୍ରା ୪୮ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି।

ଏଠି ଚାକିରିରେ ଦରମା ମିଳିବ ୧.୨୫ କୋଟି ଟଙ୍କା ; ତଥାପି ମିଳୁ ନାହାଁନ୍ତି କର୍ମଚାରୀ, ଜାଣନ୍ତୁ କାରଣ..

- Advertisement -

ଝାଡଖଣ୍ଡରେ ମଧ୍ୟ ତାପମାତ୍ରା ୪୮ ଡିଗ୍ରୀ ପହଞ୍ଚି ସାରିଛି। ହରିୟାଣାରେ ୪୯ ଡିଗ୍ରୀ, ଦିଲ୍ଲୀ ଓ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ସାରିଛି। ବଢୁଥିବା ତାପମାତ୍ରା କାରଣରୁ ଲୋକଙ୍କୁ ନାନାଦି ସମସ୍ୟାର ସାମ୍ନା କରିବାକୁ ପଡୁଛି। ବୃଦ୍ଧି ପାଉଥିବା ତାପମାତ୍ରା କାରଣରୁ ଶରୀର ଏହା ସହ୍ୟ କରି ପାରୁ ନାହିଁ। ଶରୀର ବର୍ତ୍ତମାନର ଅତ୍ୟଧିକ ଗରମକୁ ସହ୍ୟ ନକରି ପାରିବା ସହ ଶରୀର ଥଣ୍ଡା ହେଉ ନାହିଁ।

ତେବେ ଏଭଳି ସମୟରେ ପ୍ରଶ୍ନ ଆସିଥାଏ। ମନୁଷ୍ୟ ଶରୀର କେତେ ତାପମାତ୍ରା ସହ୍ୟ କରିବାକୁ ସକ୍ଷମ। ଜାଣନ୍ତୁ..
ମନୁଷ୍ୟ ଶରୀରର ସାଧାରଣ ତାପମାତ୍ରା ୯୮.୯ ଡିଗ୍ରୀ ଫାରେନାହାଇଟ୍। ଯାହା ବାହାର ତାପମାତ୍ରାର ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସମାନ। ଯାହା ୪୨ ଡିଗ୍ରୀ ତାପମାତ୍ରା ସହ୍ୟ କରି ପାରିବ।

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

ମାନବ ଶରୀରରରେ ଏକ ସ୍ୱତନ୍ତ୍ର ପ୍ରଣାଳୀ ‘ହୋମିଓଷ୍ଟେସିସ୍’ (Homeostasis) ରହିଛି। ଯାହା ଏହି ତାପମାତ୍ରାରେ ମଧ୍ୟ ବ୍ୟକ୍ତିଙ୍କୁ ସୁରକ୍ଷିତ ରଖେ।
୪୨ ଡିଗ୍ରୀ ତାପମାତ୍ରାରେ ମନୁଷ୍ୟ ଜୀବିତ ରହିଥାଏ ମାତ୍ର ଏହାଠାରୁ ଅଧିକ ତାପମାତ୍ରା ହେବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ୪୦ ଡିଗ୍ରୀ ତାପମାତ୍ରା ପାର୍ କରିବା ମାତ୍ରେ ଲୋକଙ୍କ ସମସ୍ୟା ବଢି ବଢି ଚାଲେ।

୪୫ ଡିଗ୍ରୀ ତାପମାତ୍ରା ପହଞ୍ଚିବା ସହ ଏହା ଅତିକ୍ରମ କରିବା ମାତ୍ରେ ଚେତାଶୂନ୍ୟ, ମୁଣ୍ଡ ବୁଲାଇବା, ବ୍ୟସ୍ତତା ଅନୁଭବ ହେବା ଆଦି ସମସ୍ୟା ହୋଇଥାଏ। ଏହାସହ ଲୋକଙ୍କ ରକ୍ତଚାପ କମ୍ ହେବାର ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହାସହ ୪୮ ରୁ ୫୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ତାପମାତ୍ରା ଅଧିକ ଦିନ ଧରି ଲାଗି ରହିଲେ, ଶରୀରର ଅନେକ ସମସ୍ୟା ଦେଖାଯିବା ସହ ମୃତ୍ୟୁର ସମ୍ଭାବନା ମଧ୍ୟ ଥାଏ। ମନୁଷ୍ୟଙ୍କ ପାଇଁ ୫୦ ଡିଗ୍ରୀ ତାପମାତ୍ରା ସହ୍ୟ କରିବା ମଧ୍ୟ କଷ୍ଟସାଧ୍ୟ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories