www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: କାରକୁ ସୁଇମିଂପୁଲ୍‌‌ କରି ରାସ୍ତାରେ ବୁଲିଲେ ଯୁବକ, ଏମିତି ହେଲା କାର୍ଯ୍ୟାନୁଷ୍ଠାନ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ନିଜର ଅନୁଗାମୀ ଏବଂ ସବ୍‌‌ସ୍କ୍ରାଇବର ସଂଖ୍ୟା ବଢ଼଼ାଇବା ଚକ୍କରରେ ଯୁବପିଢ଼ି କିଛି ବି କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା କେରଳରେ ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ନିଜ ଏସୟୁଭି କାରକୁ ସୁଇମିଂ ପୁଲ୍‌‌ କରି ରାସ୍ତାରେ ଚଳାଇଛନ୍ତି। କେବଳ ଏତିକି ନୁହେଁ, ତାହାର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ହେଲେ ଏହି କାରନାମା ତାଙ୍କ ପାଇଁ ମହଙ୍ଗା ପଡ଼ିଛି।

ସଞ୍ଜୁ ଟେକି ନାମକ ୟୁଟ୍ୟୁବର ନିଜ ବ୍ଲଗରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ତାଙ୍କ ଟାଟା ସଫାରି ଗାଡ଼ି ଭିତରେ ପଲିଥିନ ପାଲ ପକାଇ ସେଥିରେ ପାଣି ଭର୍ତ୍ତି କରି ତାହାକୁ ଏକ ସୁଇମିଂ ପୁଲ୍‌‌ କରିଦେଇଛନ୍ତି। ନିଜ ସାଙ୍ଗମାନଙ୍କ ସହିତ ପାଣିରେ ବସି ମଜା ନେଉଛନ୍ତି ଏବଂ ଡ୍ରାଇଭର ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଭିଡିଓଟି ଭାଇରାଲ ହେବା ପରେ ତାହା କେରଳ ପରିବହନ ବିଭାଗ ନଜରକୁ ମଧ୍ୟ ଆସିଥିଲା। ଏହା ପରେ ସଞ୍ଜୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ।।ଯାଇଛି।

- Advertisement -


ବିଭାଗ ପକ୍ଷରୁ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ଏବଂ ସଞ୍ଜୁଙ୍କ ଗାଡ଼ିର ପଞ୍ଜୀକରଣ ରଦ୍ଦ କରିଦିଆଯାଇଛି। କେବଳ ଏତିକି ନୁହେଁ, ଗାଡ଼ିରେ ବସିଥିବା ତାଙ୍କ ସାଙ୍ଗମାନଙ୍କୁ ବି ଦଣ୍ଡିତ କରାଯାଇଛି। ସେମାନଙ୍କୁ ଅଲପୁଝା ମେଡିକାଲ କଲେଜରେ ସାମାଜିକ ସେବା କରିବା ସହିତ ସଡ଼କ ନିୟମ ସମ୍ପର୍କରେ ଜାଣିବା ଲାଗି ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୟୁଟ୍ୟୁବର ଜଣକ ମାଲୟାଲମ ଚଳଚ୍ଚିତ୍ର ଓଭେଶମର ଏକ ଦୃଶ୍ୟରୁ ପ୍ରେରିତ ହୋଇ ଏପରି କରିଥିବା କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories