www.samajalive.in
Saturday, December 6, 2025
19.1 C
Bhubaneswar

ଏଠି ଚାକିରିରେ ଦରମା ମିଳିବ ୧.୨୫ କୋଟି ଟଙ୍କା ; ତଥାପି ମିଳୁ ନାହାଁନ୍ତି କର୍ମଚାରୀ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ଆପଣ ନିଶ୍ଚିତ ଅନେକ ଭଲ ଚାକିରି ବିଷୟରେ ଶୁଣିଥିବେ। ଏଭଳି କେତେକ ଚାକିରି ରହିଛି, ଯାହାର ଦରମା କଳ୍ପନା କରିବା ଅସମ୍ଭବ। ମାତ୍ର ଏଭଳି କେତେକ ଚାକିରି ରହିଛି, ଯେଉଁଠାରେ କାମ କମ୍ ମାତ୍ର ଦରମା ଖୁବ୍ ଅଧିକ। ଆପଣଙ୍କୁ ଯଦି କେହି ପ୍ରଶ୍ନ କରେ ଘରେ ସହାୟକ ଭାବେ କାମ କଲେ ଦରମା କେତେ, ତେବେ ଅଧିକରୁ ଅଧିକ ନିଶ୍ଚୟ ଉତ୍ତର ଦେବେ ୫୦ ରୁ ୬୦ ହଜାର କିମ୍ବା ୧ଲକ୍ଷ। ମାତ୍ର ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ଘରେ ସହାୟକ ଭାବେ କାମ କଲେ ମିଳେ ୧.୨୫ କୋଟି ଟଙ୍କା। ଏହାସହ ଚଳିତ ବର୍ଷ ଦରମା ବୃଦ୍ଧି ମଧ୍ୟ ଦ୍ୱିଗୁଣିତ ହୋଇଛି। ତଥାପି କାମ କରିବାକୁ କର୍ମଚାରୀ ମିଳୁ ନାହାଁନ୍ତି।

ରିପୋର୍ଟ ଅନୁଯାୟୀ ଆମେରିକାର ଫ୍ଲୋରିଡା ରାଜ୍ୟରେ ୱେଷ୍ଟ ପାମ ବିଚ୍ ଏବଂ ବୋକା ରାଟନ ନାମକ ସ୍ଥାନ ଅଛି। ଯେଉଁଠାରେ ଆମେରିକାର ଧନୀ ଲୋକମାନେ ବାସ କରନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଲୋକମାନେ ନିଜ ଘରେ କାର୍ଯ୍ୟ କରୁଥିବା ସହାୟକଙ୍କୁ ପ୍ରତିବର୍ଷ ୧୫୦,୦୦୦ ଡଲାର୍ ପର୍ୟ୍ୟନ୍ତ ଦରମା ଦେଉଛନ୍ତି। ଯଦି ଭାରତୀୟ ଟଙ୍କାରେ ଦେଖାଯାଏ, ତେବେ ଏହା୧.୨୫ କୋଟିରୁ ଅଧିକ । କେବଳ ଏତିକି ନୁହେଁ, ଓଭରଟାଇମ୍ ପାଇଁ ଅଧିକ ଓ ଅଲଗା ଟଙ୍କା ମଧ୍ୟ ପାଇପାରିବେ। ସ୍ୱାସ୍ଥ୍ୟ ବୀମା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଏତେ ଅଧିକ ବେତନ ପରେ ମଧ୍ୟ ଏଠାରେ କାମ କରିବାକୁ କର୍ମଚାରୀ ମିଳୁ ନାହାଁନ୍ତି।

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

- Advertisement -

ଆମେରିକାର ଜନଗଣନା ବ୍ୟୁରୋ ଅନୁଯାୟୀ ୱେଷ୍ଟ୍ ପାଲ୍ ବିଚ୍ ଏବଂ ବୋକା ରାଟନ୍ କୋଟିପତିଙ୍କୁ ଅଧିକ ଆକର୍ଷିତ କରୁଛନ୍ତି। ଲୋକମାନେ ଏଠାରେ ରହିବାକୁ ଆସୁଛନ୍ତି। ଅନେକ ଲୋକ ବଡ଼ ଦୋକାନ ନିର୍ମାଣ କରିଛନ୍ତି। ଗତ ଦଶ ବର୍ଷ ମଧ୍ୟରେ ଏଠାରେ ଜନସଂଖ୍ୟା ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି। ଧନୀ ବ୍ୟକ୍ତିଙ୍କ ହେତୁ ଏହି କ୍ଷେତ୍ରରେ ପର୍ଯ୍ୟଟନ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯେଉଁଥିପାଇଁ ଘରୋଇ ସହାୟକମାନଙ୍କ ଚାହିଦା ବଢିଛି। ୨୦୨୦ରେ ଜଣେ ଘରୋଇ ସହାୟକଙ୍କ ଦରମା ଘଣ୍ଟା ପ୍ରତି ୨୫ ଡଲାର ଥିଲା, ଯାହା ଚଳିତ ବର୍ଷ ୪୫ କିମ୍ବା ୫୦ ଡଲାରକୁ ଘଣ୍ଟା ପ୍ରତି ବୃଦ୍ଧି ପାଇଛି।

ଘରୋଇ ସେବକମାନଙ୍କୁ ପ୍ରଦାନ କରୁଥିବା ଏକ ଏଜେନ୍ସିର ପ୍ରତିଷ୍ଠାତା କହିଛନ୍ତି ମୁଁ ଗତ ୩୦ ବର୍ଷ ଧରି ଏଠାରେ ପରିବାର ଲୋକଙ୍କୁ ଘରୋଇ ସହାୟକ ଯୋଗାଇ ଆସୁଥିଲି, ମାତ୍ର ଚଳିତ ଥର ଯେଉଁ ଚାହିଦା ଖୋଜୁଛନ୍ତି, ତାହା ପୂର୍ବରୁ ହୋଇ ନାହିଁ। ଧନୀମାନେ ସହାୟକଙ୍କୁ ବିପୁଳ ଅର୍ଥ ଦେବାକୁ ପ୍ରସ୍ତୁତ ରହିଛନ୍ତି। ଘରୋଇ ସହାୟକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସମୟ, କିନ୍ତୁ ଆମ ପାଇଁ କଷ୍ଟକର ସମୟ କାରଣ ସେବକମାନେ ଉପଲବ୍ଧ ନୁହଁନ୍ତି ବୋଲି ସେ କହିଛନ୍ତି।

ଜୁନ୍ ୨୦୨୪; ୫ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ରାଶିଙ୍କ ପୂରା ବଦଳି ଯିବ ଭାଗ୍ୟ, ସବୁ ଇଚ୍ଛା ହେବ ପୂରଣ..

ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ପାଲ୍ ବିଚ୍ ଫ୍ଲୋରିଡାର ଦଶମ ଧନୀ ସହର ଥିଲା। ଏଠାରେ ରହୁଥିବା ଲୋକଙ୍କ ହାରାହାରି ମାସିକ ଆୟ ହେଉଛି ୩୩୨,୭୬୪ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ ୨.୭୭ କୋଟି ଟଙ୍କା । ଏଠାରେ ନିର୍ମିତ ଘରଗୁଡ଼ିକର ହାରାହାରି ମୂଲ୍ୟ ୧୨ କୋଟିରୁ ଅଧିକ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାର-ଏ-ଲାଗୋ ରିସର୍ଟ ମଧ୍ୟ ଏଠାରେ ଅଛି।
କୋରାନା ପରଠାରୁ ଏକ ବଡ଼ ପରିବର୍ତ୍ତନ ଆସିଛି। ଏହି ଲୋକମାନେ ବହୁତ ଧନୀ ଅଟନ୍ତି। ସେମାନେ ସର୍ବୋତ୍ତମ ସେବକ ଚାହାଁନ୍ତି। ଏଥିପାଇଁ ସେମାନେ ବହୁତ ଟଙ୍କା ଦେବାକୁ ଖୁସିରେ ପ୍ରସ୍ତୁତ ରହିଛନ୍ତି। ସେମାନେ ଚାହାଁନ୍ତି ଯେ ସ୍ମାର୍ଟ ଲୋକମାନେ ତାଙ୍କ ଘରର ଯତ୍ନ ନିଅନ୍ତୁ। ସେମାନଙ୍କର ଇଟାଲୀୟ କାର୍ପେଟ୍ ନଷ୍ଟ ନ ହେଉ।

ଏସବୁ ଜିନିଷ ଉତ୍ତର ଦିଗରେ ରଖିବା ଅଶୁଭ; ଘରେ କଦାପି ରହିବନି ଟଙ୍କା, ପକେଟ୍ ହେବ ଖାଲି..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories