www.samajalive.in
Sunday, December 7, 2025
26.1 C
Bhubaneswar

ଜୁନ୍ ୨୦୨୪; ୫ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ରାଶିଙ୍କ ପୂରା ବଦଳି ଯିବ ଭାଗ୍ୟ, ସବୁ ଇଚ୍ଛା ହେବ ପୂରଣ..

ଜୁନ ୨୦୨୪ରେ ଶୁକ୍ର, ସୂର୍ଯ୍ୟ, ଶନିଙ୍କ ସମେତ ୫ ଗ୍ରହଙ୍କ ଚଳନର ଯୋଗ ରହିଛି। ବୁଧ, ଶୁକ୍ର, ମଙ୍ଗଳ ଓ ସୂର୍ଯ୍ୟ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବେ। ଏହାସହ ଶନି ନିଜ ରାଶି କୁମ୍ଭରେ ବକ୍ରି ହେବେ। ଗ୍ରହଙ୍କ ପରିବର୍ତ୍ତନ ଫଳରେ ଏହାର ପ୍ରଭାବ ସମସ୍ତ ରାଶି ଉପରେ ରହିବ। ୫ଟି ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ପ୍ରାପ୍ତି ହେବ। ଯାହା ଦ୍ୱାରା ସେମାନଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିରେ ୧ ଜୁନ୍ ମଙ୍ଗଳ ଗ୍ରହ, ୧୨ ଜୁନ୍ ରେ ଶୁକ୍ର ମିଥୁନ ରାଶିରେ, ବୁଧ ମିଥୁନ ରାଶିରେ ୧୪ ଜୁନ୍, ୧୫ ଜୁନ୍ ରେ ସୂର୍ଯ୍ୟ ମିଥୁନ ରାଶିରେ ଚଳନ କରିବେ। କୁମ୍ଭରେ ଶନି ୩୦ ଜୁନ୍ ରେ ବକ୍ରି ରହିବେ। ଜାଣନ୍ତୁ..

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବୁଧ, ଶୁକ୍ର, ମଙ୍ଗଳ ଓ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭଫଳ ପ୍ରଦାନ କରିବ। ନୂଆ କାର୍ଯ୍ୟ ଖୋଜୁଥିବା ବ୍ୟକ୍ତି ବିଶେଷ ତଥା ଅଟକି ରହିଥିବା କାମରେ ସଫଳତା ମିଳିବ। ଏହି ମାସରେ ଆପଣଙ୍କର ଖୁବ୍ ଉନ୍ନତି ହେବ। ନୂଆ ଚାକିରି ମିଳିବାର ଯୋଗ ରହିଛି। ବଡ ଖୁସି ଖବର ମଧ୍ୟ ମିଳିବ।

ଜୁନ୍ ମାସରେ ସୁନା ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ ମା’ଲକ୍ଷ୍ମୀ: ମିଳିବ ଧନ, ଚାକିରି, ଉତ୍ତମ ସ୍ୱାସ୍ଥ୍ୟ..

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ମିଳିବ। ଶୁକ୍ରଙ୍କ କାରଣରୁ ଆପଣଙ୍କ ଜୀବନରେ ହସଖୁସି ଭରି ଯିବ। କର୍ମକ୍ଷେତ୍ରରେ ନୂଆ ସଫଳତା ମିଳିବ। ଆମଦାନୀ ଭଲ ହେବା ସହ ବ୍ୟବସାୟରେ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ମଜଭୂତ ହେବ। ଟଙ୍କା ସହ ଜଡିତ ଥିବା ସମସ୍ୟା ଦୂର ହେବ। ଭାଗ୍ୟ ଚମକିବ। ଧନ ଲାଭ ଦୃଷ୍ଟିରୁ ଏହି ମାସ ଶୁଭଙ୍କର।

ସିଂହ – ଜୁନ ମାସରେ ଗ୍ରହଙ୍କ ଏହି ରାଶି ପରିବର୍ତ୍ତନ ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ଆଣିବ। ଆୟରେ ନୂତନ ସ୍ରୋତ ତିଆରି ହେବ। ଧନସମ୍ପତ୍ତି ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଯଶ କୀର୍ତ୍ତି ବୃଦ୍ଧି ହେବ। ଶୁଭ ଖବର ମିଳିବ।

ଅଧିକ ସମୟ ଏସି ଲଗାଇଲେ ବି ଦେବାକୁ ପଡିବନି ମୋଟା ଅଙ୍କର ବିଜୁଳି ବିଲ୍ ; ଜାଣନ୍ତୁ କେମିତି..

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗ୍ରହଙ୍କ ରାଶି ପରିବର୍ତ୍ତନ ସକରାତ୍ମକ ଫଳ ଆଣିବ। ଯେଉଁମାନେ ଅଧିକ ଦିନରୁ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ଉତ୍ତମ ସୁଯୋଗ ଆସିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଭୂମି କିଣି ପାରନ୍ତି।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ଆସିବ। ବ୍ୟବସାୟୀ ଲାଭବାନ୍ ହେବେ। ଧନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଶୁଭ ଫଳ ସହ ଭଲ ଚାକିରି ମିଳିବ।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories