www.samajalive.in
Saturday, December 6, 2025
15.1 C
Bhubaneswar

ଅଧିକ ସମୟ ଏସି ଲଗାଇଲେ ବି ଦେବାକୁ ପଡିବନି ମୋଟା ଅଙ୍କର ବିଜୁଳି ବିଲ୍ ; ଜାଣନ୍ତୁ କେମିତି..

ରାଜ୍ୟ ତଥା ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ଏଥିରୁ ମୁକ୍ତି ପାଇଁ ଲୋକେ ଘରେ ଓ କାର୍ଯ୍ୟାଳୟରେ ଏସିର ବ୍ୟବହାର କରି ଥାଆନ୍ତି। ଏସି ବ୍ୟବହାର କରିବା ଦ୍ୱାରା ମୋଟା ଅଙ୍କର ବିଜୁଳି ବିଲ୍ ଦେବାକୁ ପଡିଥାଏ। ଅନେକ ଉପଭୋକ୍ତା ଅଭିଯୋଗ କରନ୍ତି, ଏସିର କମ୍ ବ୍ୟବହାର ଦ୍ୱାରା ମଧ୍ୟ ବିଲ୍ ଅଧିକ ଆସିଥାଏ। ଆପଣଙ୍କ ସହ ଏପରି ହେଉଥିଲେ, ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ।

ଜୁନ୍ ମାସରେ ସୁନା ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ ମା’ଲକ୍ଷ୍ମୀ: ମିଳିବ ଧନ, ଚାକିରି, ଉତ୍ତମ ସ୍ୱାସ୍ଥ୍ୟ..

- Advertisement -

ଅଧିକ ସମୟ ଧରି ଏସି ବ୍ୟବହାର କରୁଥିଲେ, ସାଧାରଣତଃ ବିଜୁଳି ବିଲ୍ ଅଧିକ ଆସିଥାଏ। ତେଣୁ କକ୍ଷ ଅତ୍ୟଧିକ ଥଣ୍ଡା ହୋଇଗଲେ କିଛି ସମୟ ଏସି ବନ୍ଦ କରି ଦିଅନ୍ତୁ।
କିଛି ଲୋକେ ଏସିକୁ କେବଳ ରିମୋଟ୍ ଦ୍ୱାରା ବନ୍ଦ କରି ଥାଆନ୍ତି। ମାତ୍ର କେବଳ ରିମୋଟ୍ ନୁହେଁ ଏହାକୁ ମୁଖ୍ୟ ସୁଇଜ୍ ରୁ ବନ୍ଦ କରନ୍ତୁ। ଏହାଦ୍ୱାରା ବିଜୁଳି ବିଲ୍ ଖୁବ୍ କମ୍ ଆସିଥାଏ।
କିଛି ଲୋକେ କକ୍ଷକୁ ଶୀଘ୍ର ଥଣ୍ଡା କରିବା ପାଇଁ ଏସିର ତାପମାତ୍ରା ଖୁବ୍ କମ୍ ରଖି ବ୍ୟବହାର କରନ୍ତି। ମାତ୍ର ଏହା ଉଚିତ୍ ନୁହେଁ। ଏହାଦ୍ୱାରା ମଧ୍ୟ ବିଜୁଳି ବିଲ୍ ଅଧିକ ଆସିଥାଏ। ବିଶେଷ କରି ଏସି ଲଗାଇବା ମାତ୍ରେ ଏହାର ତାପମାତ୍ରାକୁ ସର୍ବନିମ୍ନ କରି ବ୍ୟବହାର କରନ୍ତୁ ନାହିଁ। କିଛି ସମୟ ଲଗାଇବା ପରେ ତାପମାତ୍ରା କମ୍ କରି ବ୍ୟବହାର କରି ପାରିବେ।
ଯେତେ ତାପମାତ୍ରା କମ୍ କରିବେ ଏସିକୁ କାମ କରିବାକୁ ଅଧିକ ବିଜୁଳିର ଆବଶ୍ୟକତା ପଡିଥାଏ। ୨୨ କିମ୍ବା ୨୪ ତାପମାତ୍ରାରେ ଏସି ବ୍ୟବହାର କରିବା ଦ୍ୱାରା ବିଜୁଳି ବିଲ୍ ଖୁବ୍ କମ୍ ଆସିଥାଏ।

ଆଉ ଚିନ୍ତା ନାହିଁ ; ଏହି ରାଶିଙ୍କର ୧୧ ମାସ ପର୍ଯ୍ୟନ୍ତ ଭାଗ୍ୟ ବଦଳାଇବେ କେତୁ, ମିଳିବ ଧନ, ଚମକିବ ଭାଗ୍ୟ..

ସଠିକ୍ ସମୟରେ ଏସିକୁ ସଫା କରାନଗଲେ ଏସି ଅଧିକ ବିଜୁଳି ବ୍ୟବହାର କରିଥାଏ। ଫଳରେ ବିଜୁଳି ବିଲ୍ ଅଧିକ ଆସିଥାଏ। ତେଣୁ ନିୟମିତ ଏହାର ସଫା କରନ୍ତୁ। ଆପଣ ନିଜେ ମଧ୍ୟ ଘରେ ଏସି ସଫା କରି ପାରିବେ।
କିଛି ଲୋକଙ୍କ ଅଭ୍ୟାସ ଏସି ସହ ସିଲିଙ୍ଗ୍ ଫ୍ୟାନ ଚଲାଇବା।ଏହା ଦ୍ୱାରା ଅଧିକ ଥଣ୍ଡା ଲାଗି ଥାଏ। କକ୍ଷ ଶୀଘ୍ର ଥଣ୍ଡା ହୋଇଯାଏ। ମାତ୍ର ସିଲିଙ୍ଗ୍ ଫ୍ୟାନରୁ ଉଷ୍ଣ ପବନ ଆସିଥାଏ। ଫଳରେ କକ୍ଷକୁ ଥଣ୍ଡା କରିବାକୁ ଏସିକୁ ଅଧିକ ସମୟ ଲାଗିଥାଏ। ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ। ଏକାସହ ଫ୍ୟାନ୍ ଓ ଏସି ଲଗାଇବା ଦ୍ୱାରା ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ।
ଏସିକୁ ସଠିକ୍ ଭାବେ ବ୍ୟବହାର ପାଇଁ ରିମୋଟରେ କିଛି ବିକଳ୍ପ ରହିଛି। ତେଣୁ ଗୋଟିଏ ନୁହେଁ ବରଂ ରିମୋଟରେ ଥିବା ବିକଳ୍ପ ଅନୁଯାୟୀ ବ୍ୟବହାର କଲେ, ବିଜୁଳି ବିଲ୍ କମ୍ ଆସିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories