ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୀଷଣ ଗରମ ଯୋଗୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି। ରାଜଧାନୀ ଲକ୍ଷ୍ନୌରେ ସୋମବାର ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଛି। ଏଭଳି ପରିସ୍ଥିତିରେ ନିଜ ପରିବାର ପ୍ରତିପୋଷଣ ପାଇଁ ଯେଉଁ ଲୋକମାନେ ନିତି ଦିନିଆ କାମରେ ବାହାରକୁ ବାହାରୁଛନ୍ତି ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ସୋମବାର ଲକ୍ଷ୍ନୌର ଏକ ଛାତିଥରା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଅଟୋ ଚାଳକ ନିଜ ଆଟୋରୁ ପଡ଼ିଯାଉଥିବା ଦେଖିବାକୁ ମିଳିଛି। ଏହାପରେ ତୁରନ୍ତ ସେଠାରେ ତାଙ୍କର ମୃତ୍ୟୁ ଘଟୁଛି। ଖବର ମୁତାବକ, ଭୀଷଣ ଗରମ ଯୋଗୁ ଅଟୋ ଚାଳକଙ୍କ ମୃତ୍ୟ ଘଟିଛି।
#ViralVideo: लखनऊ में गर्मी से 3 लोगो की मौत, ऑटो से ड्राइवर गिरा फिर उठ नहीं सका, धूप में ड्यूटी कर रहे सिक्योरिटी गार्ड और ठेला चालक की भी गई जान। pic.twitter.com/ebDA90um4s
— princy sahu (@princysahujst7) May 28, 2024
ସୂଚନା ଅନୁସାରେ, ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଚାଳକ ରାମ ସିଂହ ନିଜ ଅଟୋରେ ଯାଉଥିଲେ। ଷ୍ଟେସନ ରୋଡ୍ ନିକଟରେ ସେ ତାଙ୍କ ଅଟୋକୁ ଅଟକାଇଥିଲେ। ଏହାର କିଛି ସମୟ ପରେ ସେ ତାଙ୍କ ସିଟ୍ରୁ ତଳକୁ ପଡ଼ିଗଲେ। ସେ ପଡ଼ିଯିବା ଦେଖି ଆଖପାଖର କିଛି ଲୋକ ସେଠାକୁ ଆସିଥିଲେ। ପଡ଼ିଯିବା ପରେ ରାମ ସିଂହ ଉଠିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଠିପାରି ନ ଥିଲେ। ରାସ୍ତାରେ ହିଁ ଶୋଇଯାଇଥିଲେ ଏବଂ ସେହିଠାରେ ତାଙ୍କ ଜୀବନ ଚାଲି ଯାଇଥିଲା।



