www.samajalive.in
Sunday, December 14, 2025
23.1 C
Bhubaneswar

ମାରୁତି ସୁଜୁକିର ଏହି କାର୍ ହେଲା କର ମୁକ୍ତ ! ୧.୧୦ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ଗ୍ରାହକ

ନୂଆଦିଲ୍ଲୀ : ମାରୁତି ସୁଜୁକିର ନମ୍ବର ଓ୍ବାନ୍ ହାଚବ୍ୟାକ୍ ଓ୍ବାଗନଆରକୁ ଏଣିକି କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ ଅର୍ଥାତ୍ ସିଏସଡିରୁ ମଧ୍ୟ କ୍ରୟ କରିପାରିବେ ଗ୍ରାହକ । ଏହି କ୍ୟାଣ୍ଟିନରେ ଦେଶର ସେବା କରୁଥିବା ଯବାନଙ୍କ ପାଇଁ ଅନେକ କାର ବିକ୍ରି କରାଯାଏ । ଖାସ୍ କଥା ହେଉଛି କି ଏହି ଯବାନଙ୍କୁ ସିଏସଡିରେ ଏହି କାର ଉପରେ ଲାଗୁଥିବା ଜିଏସଟି ବହୁତ କମ୍ ଦେବାକୁ ପଡେ । ଅର୍ଥାତ୍ ଏହାକୁ ୨୮ ପ୍ରତିଶତ ବଦଳରେ ମାତ୍ର ୧୪ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାଏ ।

ଶୋରୁମରେ ଓ୍ବାଗନଆରର ଏଲଏକ୍ସଆଇ ଟ୍ରିମର ଦାମ୍ ୫,୫୪,୫୦୦ ଟଙ୍କା । ଯଦିଓ ସିଏସଡିରେ ଏହି କାରର ଦାମ୍ ୪,୬୩,୧୬୫ ଟଙ୍କାରୁ ଆରମ୍ଭ ହୋଇଥାଏ । ଏହି ଭଳି ଏହି ବେସ୍ ଭେରିଏଣ୍ଟରେ ୯୧,୩୩୫ ଟଙ୍କାର ଟ୍ୟାକ୍ସ ବଞ୍ଚିଯିବ । ଏହି କାରର ଭେରିଏଣ୍ଟ ଅନୁସାରେ ଟ୍ୟାକ୍ସରେ ପ୍ରାୟ ୧,୦୯,୧୨୫ ଟଙ୍କା ସଞ୍ଚୟ କରିହେବ ।

- Advertisement -

ମାରୁତି ସୁଜୁକି ଓ୍ବାଗନଆରରେ ମିଳୁଥିବା ଫିଚର୍ସ କଥା କହିବା ତ ଏଥିରେ ନେଭିଗେସନ ସହିତ ୭ ଇଞ୍ଚର ସ୍ମାର୍ଟପ୍ଲେ ଷ୍ଟୁଡିଓ ଟଚସ୍କ୍ରିନ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ, କ୍ଲାଉଡ୍ ବେଷ୍ଟ୍ଡ ସର୍ଭିସ, ଡୁଆଲ ଫ୍ରଣ୍ଟ୍ ଏୟାରବ୍ୟାଗ୍, ଇବିଡି ସହିତ ଏବିଏସ୍, ରିଭର୍ସ ପାର୍କିଂ ସେନ୍ସର, ୪ଟି ସ୍ପିକର ମିଳିଥାଏ । ଏଥିରେ ଡୁଆଲଜେଟ୍ ଡୁଆଲ୍ ଭିଭିଟି ଟେକ୍ନୋଲୋଜି ସହିତ ୧.୦ ଲିଟର ୩ ସିଲିଣ୍ଡର ପେଟ୍ରୋଲ ଏବଂ ୧.୨ ଲିଟର ୪-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନରୁ ପାଓ୍ବର ମିଳିଥାଏ । ୧.୦ ଲିଟର ଇଞ୍ଜିନ୍ ପାଇଁ ୨୫.୧୯ କିଲୋମିଟର ପ୍ରତି ଲିଟର ଏଥିରେ ମାଇଲେଜ୍ ମିଳିଥାଏ । ତେବେ ଏହାର ସିଏନଜି ଭେରିଏଣ୍ଟରେ ୩୪.୦୫ କିମି ପ୍ରତି କେଜି ମାଇଲେଜ୍ ମିଳିଥାଏ ।

ଇଭିଏମ୍‌‌ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ-ଅପରାଜିତା

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories