www.samajalive.in
Tuesday, November 18, 2025
16.1 C
Bhubaneswar

ଜୁନ୍‌‌ ୪ରେ ଫଳାଫଳ; ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଇଯିବେ ନବୀନ ବାବୁ- ଅମିତ ଶାହ

ଭଦ୍ରକ: ଓଡ଼ିଶା ଗସ୍ତରେ ଆସି ଚାନ୍ଦବାଲିରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଶାହ କହିଛନ୍ତି ଯେ ଜୁନ୍‌‌ ୪ରେ ନିର୍ବାଚନ ଫଳାଫଳ ଆସିବ। ଏଥର ଓଡ଼ିଶାରେ ବିଜେପି ୧୭ ଲୋକସଭା ସିଟ୍‌‌ ଜିତିବ। ୭୫ବିଧାୟକଙ୍କ ସହ ଓଡ଼ିଶାରେ ସରକାର ଗଢିବ ବିଜେପି। ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଶାହ କହିଲେ ଜୁନ ୪ରେ ନବୀନ ବାବୁ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ। ଓଡ଼ିଆ କହିପାରୁଥିବା ବ୍ୟକ୍ତି, ଯୁବ ମୁଖ୍ୟମନ୍ତ୍ରୀ ହେଇଥିବ, ଜଗନ୍ନାଥଙ୍କ ଭକ୍ତ ହେଇଥିବ ସେ ହିଁ ମୁଖ୍ୟମନ୍ତ୍ରୀ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶାହ। ୨୫ବର୍ଷ ଭିତରେ ଓଡ଼ିଶାରେ ବିକାଶ ପାଇଁ କିଛି ବି ହୋଇନାହିଁ। ଓଡ଼ିଶା ଦେଶର ଏକ ସମୃଦ୍ଧ ରାଜ୍ୟ। ଏଠାରେ ଅନେକ ଖଣିଜ ପଦାର୍ଥ ରହିଛି। ହେଲେ ଓଡ଼ିଆ ଲୋକ କିନ୍ତୁ ଗରିବ। ଏଥିପାଇଁ ନବୀନ ବାବୁ ଦାୟୀ ବୋଲି ଶାହ କହିଛନ୍ତି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories