www.samajalive.in
Sunday, December 7, 2025
23.1 C
Bhubaneswar

ହୋଟେଲରେ ଖାଇବା ପରେ ବିଗିଡିଲା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା, ପରେ ହେଲା ମୃତ୍ୟୁ ,ଖାଦ୍ୟରେ ଥିବା ମିଓନିଜ୍ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ..

ତ୍ରିଶୁର : କେରଳର ତ୍ରିଶୁରରେ ଖାଦ୍ୟ ବିଷାକ୍ତକରଣ ହେବା ପରେ ମଙ୍ଗଳବାର ଜଣେ ମହିଳାଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ କୌଣସି ଖାଦ୍ୟ ଖାଇବା ପରେ ଖାଦ୍ୟ ବିଷାକ୍ତକରଣ ହୋଇଥିଲା। ଖାଦ୍ୟ ବିଷାକ୍ତକରଣ କାରଣରୁ ପ୍ରାୟ ୧୮୭ ଜଣ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏମାନେ ମଧ୍ୟ ସେହି ହୋଟେଲରୁ ଖାଦ୍ୟ ଖାଇଥିଲେ ଯେଉଁ ହୋଟେଲରୁ ମହିଳା ଜଣକ ଖାଦ୍ୟ ଖାଇଥିଲେ। ଖାଦ୍ୟ ଖାଇବା ପରେ ସମସ୍ତଙ୍କ ବାନ୍ତି ସହ ଝାଡା ହୋଇଥିଲା।
ଶନିବାର ରାତିରେ ଖାଦ୍ୟ ଖାଇବା ପରେ ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥିଲା। ଏହାପରେ ସେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ମାତ୍ର ସେଠାରେ ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ଅନ୍ୟ ହସ୍ପିଟାଲକୁ ଯାଇଥିଲେ। ଏହାପରେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଖାଦ୍ୟ ଓ ସ୍ୱାସ୍ଥ୍ୟ ଅଧିକାରୀ ହୋଟେଲର ଖାଦ୍ୟ ପରୀକ୍ଷା କରାଇବାକୁ ପଠାଇବା ସହ ହୋଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଓନିଜରେ କଞ୍ଚା ଅଣ୍ଡା ବ୍ୟବହାର ଖାଦ୍ୟ ବିଷାକ୍ତ ହେବାର କାରଣ ବୋଲି କୁହାଯାଇଛି। ମାତ୍ର ଏହାର ସ୍ପଷ୍ଟତା ପାଇଁ ପରୀକ୍ଷଣ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories