www.samajalive.in
Saturday, December 6, 2025
15.1 C
Bhubaneswar

ଭାରତ-ଚୀନ୍‌ ବଳ କଷାକଷି, ଡ୍ରାଗନ୍ ସେନାକୁ ନାକେଦମ୍‌ କଲେ ‘ଦେଶୀ ବୀର’: ଭିଡିଓ ଭାଇରାଲ୍‌

ଖାର୍ତୁମ: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ମିଶନର ଏକ ଅଂଶ ଭାବରେ ଭାରତୀୟ ଯବାନମାନେ ଚୀନ୍ ସୈନିକଙ୍କ ବିରୋଧରେ ଏକ ରଶି ଭିଡ଼ା ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି। ସେନା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାର ଭାଇରାଲ ହେଉଥିବା ଭିଡିଓରେ ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ପ୍ରତିଯୋଗୀମୂଳକ ମନୋଭାବ ଦେଖିବାକୁ ମିଳିଛି। ଶାରୀରିକ କୌଶଳ ଏବଂ ଦଳଗତ କାର୍ଯ୍ୟ ସହ ଭାରତୀୟ ସୈନିକମାନେ ନିଜ ଶକ୍ତି ଓ ଦୃଢ ସଂକଳ୍ପ ପ୍ରଦର୍ଶନ କରି ଚୀନ୍ ବିପକ୍ଷରେ ଏକ ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ସେନା ଅଧିକାରୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓ ସମସ୍ତ ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି।


ସୂଚନାଯୋଗ୍ୟ, ସୁଡାନରେ ମିଳିତ ଜାତିସଂଘ ମିଶନ(ୟୁଏନଏମଆଇଏସ) ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ୨୦୦୫ ମସିହା ମାର୍ଚ୍ଚ ୨୪ ତାରିଖରେ ପ୍ରତିଷ୍ଠିତ ହୋଇଥିଲା। ସୁଡାନ ସରକାର ଏବଂ ସୁଡାନ ପିପୁଲ୍ସ ଲିବରେସନ ମୁଭମେଣ୍ଟ ମଧ୍ୟରେ ବ୍ୟାପକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ଏହା ପ୍ରତିଷ୍ଠା କରାଯାଇଥିଲା। ୟୁଏନଏମଆଇଏସର ମୂଳ ଉଦ୍ଦେଶ୍ୟ ହେଉଛି, ଶାନ୍ତି ଚୁକ୍ତି ପାଳନ କରିବା, ମାନବିକ ସହାୟତା, ସୁରକ୍ଷା, ମାନବାଧିକାରକୁ ପ୍ରୋତ୍ସାହିତ କରିବା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories