www.samajalive.in
Saturday, December 6, 2025
15.1 C
Bhubaneswar

ଯୌତୁକ ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟା !

ଗଞ୍ଜାମ: ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ରମ୍ଭା ଥାନା ବେଣୁଗୌର ଗାଁରେ। ବର୍ଷେ ତଳେ ଉଭୟ ବିବାହ କରିଥିଲେ। ବାହାଘରର କିଛି ଦିନ ସୁରୁଖୁରୁରେ ସଂସାର ଚଳି ଆସୁଥିଲା। ମାତ୍ର ବାହାଘରର ଅଳ୍ପ କିଛି ଦିନ ପରେ ଶାଶୁଘର ଲୋକ ୨ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ମାତ୍ର ଝିଅ ଘର ଲୋକ ଯୌତୁକ ଦେବାକୁ ଅସମର୍ଥ ହେବାରୁ ନବବଧୂଟିକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ ଶାଶୁ, ଶ୍ଵଶୁର ଏବଂ ନଣନ୍ଦ ଫେରାର ହୋଇଯାଇଛନ୍ତି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories