www.samajalive.in
Friday, December 5, 2025
17.1 C
Bhubaneswar

ହରଭଙ୍ଗାରେ ଅଗ୍ନିବର୍ଷା,ପାରଦ ୪୫ଡିଗ୍ରୀ ପାର୍ ; ସବୁଠି ମୁଣ୍ଡ ଟେକିଲାଣି ପାଣି ସମସ୍ୟା

ହରଭଙ୍ଗା : ମଇ ମାସର ଶେଷ ସମୟ ଆଡ଼କୁ ବୌଦ୍ଧ ଜିଲ୍ଲାରେ ଅଗ୍ନି ବର୍ଷା ଭଳି ଢହ ଢହ ଖରା ସମସ୍ତଙ୍କୁ କଲବଲ କଲାଣି। ଗତ କିଛି ଦିନ ହେଲା ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଲେଉଟାଣି ହୋଇଛି। ସମ୍ପ୍ରତି ଜିଲ୍ଲାରେ ତାପମାତ୍ର ୪୫.୯ ଡିଗ୍ରୀ ପାର୍ କରିଛି । ଯାହାକି ରାଜ୍ୟରେ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ରହିଛି। ପାରଦ ଉର୍ଦ୍ଧ୍ୱଗାମୀ ଯୋଗୁଁ ବ୍ଲକ ଅଂଚଳରେ ଅଗ୍ନି ବର୍ଷା ଭଳି ତାତି ସାଙ୍ଗକୁ ଗରମ ଗୁଳୁଗୁଳିରେ ଜନଜୀବନ ସନ୍ତୁଳି ହେଲାଣି। ଆଗକୁ ତାପମାତ୍ର ୪୬ ଡିଗ୍ରୀ ପାର ହେବ ବୋଲି ପୂର୍ବାଭାସ ମିଳିଲାଣି। ପୁରୁଣା ଲୋକେ ଆଗରୁ ଏଭଳି ଖରା ଦେଖିନଥିବା କହୁଛନ୍ତି ।ସକାଳ ୮ଟା ପରେ ପରେ ଖରାର ପ୍ରଚଣ୍ଡ ପ୍ରକୋପ ଯୋଗୁଁ ଦିନ ୧୦ଟା ବେଳକୁ ରାସ୍ତାଘାଟ ଜନଶୁନ୍ୟ ହୋଇପଡୁଛି । ଲଗାତାର ୩/୪ ଦିନ ହେଲା ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ବ୍ଲକର ଜନଗହଳିପୁର୍ଣ୍ଣ ସ୍ଥାନ ହରଭଙ୍ଗା, ଚାରିଛକ, ପୁରୁଣା କଟକ, ଛତ୍ରଙ୍ଗ, ମାଧପୁର ଭଳି ସ୍ଥାନ ଗୁଡିକରେ ଲୋକଙ୍କ ଗହଳି ହ୍ରାସ ପାଇଛି। ଏଭଳି ତାତି ବର୍ତମାନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ଖରାକୁ ଦେଖି ଶ୍ରମିକ ଶ୍ରେଣୀର ଲୋକେ କାମଧନ୍ଦାରୁ ମୁହଁ ଫେରାଉଛନ୍ତି।

ଅଧିକ ସମୟ ଏସି ଲଗାଇଲେ ବି ଦେବାକୁ ପଡିବନି ମୋଟା ଅଙ୍କର ବିଜୁଳି ବିଲ୍ ; ଜାଣନ୍ତୁ କେମିତି..

- Advertisement -

ଗୋଟିଏ ପଟେ ଅସହ୍ୟ ତାତି ଗରମରେ ଲୋକେ ଘରୁ ବାହାରି ନପାରି ଘର ଚାରିକାନ୍ଥ ମଧ୍ୟରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି। ଅନ୍ୟପଟେ ମହାନଦୀ ଭଳି ପ୍ରାକୃତିକ ଜଳାଶୟ ଗୁଡିକରେ ଜଳପତନ ହ୍ରାସ ଯୋଗୁଁ ସବୁଠି ପାଣି ସମସ୍ୟା ମୁଣ୍ଡ ଟେକିଲାଣି। ବିଶେଷକରି ନଦୀକୂଳିଆ ଗାଁ ଗୁଡିକରେ ଅଧିକ ମାତ୍ରାରେ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଲାଣି । ଏହା ସହିତ ପାଇପ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକର ଇନଟେକ କୂଅରୁ ଜଳ କ୍ଷମତା ହ୍ରାସ ଯୋଗୁଁ ଲୋକଙ୍କୁ ଅଧିକାଂଶ ପ୍ରକଳ୍ପରୁ ଦୁଇ ଓଳି ସଠିକ୍ ଭାବେ ପାଣି ମିଳୁନଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ ପଂଚାୟତ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି । ଆଗ୍ନେୟବଳରେ ଜିଲ୍ଲା ରହିଥିବାବେଳେ ମହାନଦୀର ଶୁଖିଲା ବାଲି ଏବଂ ପକ୍କା ଘର, ରାସ୍ତା ଘାଟ ତାତିକୁ ଦ୍ୱିଗୁଣିତ କରୁଛି । ଏହା ସହିତ ଜଙ୍ଗଲ ଧ୍ୱଂସ ସାଙ୍ଗକୁ ଗାଁ ଗହଳିଠାରୁ ଆରମ୍ଭକରି ସହରବଜାର ସବୁ ସ୍ଥାନରେ ପକ୍କା ଘର ପକ୍କାରାସ୍ତା ଯୋଗୁଁ ତାତି ବୃଦ୍ଧିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ବିଶେଷକରି ଭୂତଳ ଜଳପତନ ଆଶାତିତ ଭାବେ ହ୍ରାସ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଗ୍ରୀଷ୍ମ ମାସ ସାରା ଯେଉଁ ଜଳାଶୟଗୁଡିକ ଜଳ କ୍ଷମତା ରହୁଥିଲା ସେଗୁଡିକର ଶୁଷ୍କ ଅବସ୍ଥା ଜନସାଧାରଣ ପାଣି ସମସ୍ୟାକୁ ଦ୍ୱିଗୁଣିତ କରିଛି । ବିଶେଷକରି ଚଳିତବର୍ଷ ଜଳ ଓ ପରିମଳ ବିଭାଗ ପକ୍ଷରୁ ନଳକୂପ ଖନନ ଚାଲି ଥିବା ବେଳେ ଭୂତଳ ଜଳହ୍ରାସ ଯୋଗୁଁ କେଉଁଠି ଖନନରେ ସଫଳତା ମିଳୁଛି ତ ଆଉ କେଉଁଠି ନିରାଶ ହେବାକୁ ପଡୁଥିବା ଦେଖିବାକୁ ମିଳିଛି । ଏଭଳି ଘଡସନ୍ଧି ମଧ୍ୟରେ ମଣିଷ ସମାଜ ସଚେତନ ଯୋଗୁଁ ରକ୍ଷା ପାଇଯାଉଛି । ମାତ୍ର ଜଙ୍ଗଲୀଜନ୍ତୁ ଏବଂ ପଶୁ ପକ୍ଷୀଙ୍କ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଆଗରୁ ନାଳ ଗୁଡିକରେ ଚୂଆଚହଲା ଖୋଳାଯାଇ ପଶୁଜନ୍ତୁ ଏବଂ ବନ୍ୟଜନ୍ତୁଙ୍କ ପିଇବା ପାଣି ବ୍ୟବସ୍ଥା କରା ଯାଉଥିଲା । ମାତ୍ର ସେମାନଙ୍କ ପାଣିଚିନ୍ତା କରାଯାଉନଥିବାରୁ ଜଙ୍ଗଲୀଜନ୍ତୁ ପାଣି ଟୋପାଏ ପାଇଁ ଡହଳବିକଳ ହୋଇ ଗାଁ ମୁହାଁ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଆଗକୁ ଏଭଳି ତାତି ଲାଗି ରହିଲେ ଅଂଶୁଘାତ ଜନିତ ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆନଯାଇ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories