www.samajalive.in
Sunday, December 7, 2025
15.1 C
Bhubaneswar

ଯୁବକ କେତେ ଯୌତୁକ ପାଇବା ଯୋଗ୍ୟ ? ଏମିତି କହିଲେ ‘ଶାଦି ଡଟ୍ କମ୍’ର ମାଲିକ ଅନୁପମ ମିତ୍ତଲ

ନୂଆଦିଲ୍ଲୀ : ବ୍ୟବସାୟୀ ଅନୁପମ ମିତ୍ତଲଙ୍କ ମାଟ୍ରିମୋନିଆଲ୍ ଓ୍ବେବସାଇଟ୍ ଶାଦି ଡଟ୍ କମରେ ଏକ ବିଶେଷ ସୁବିଧା ଆସିଛି । ଗତ କିଛି ଦିନ ହେବ ଏହା ଭାଇରାଲ ହେବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକମାନେ ଏନେଇ ଚର୍ଚ୍ଚା କରୁଛନ୍ତି । ଏହି ନୂଆ ଫିଚରକୁ ଯୌତୁକ କାଲକୁଲେଟର ନାଁ ଦିଆଯାଇଛି । ଉପଭୋକ୍ତାଙ୍କୁ କୁହାଯାଇଛି କି ସେମାନେ ଏଥିରେ ନିଜ ତଥ୍ୟ ଦେଇ ନିଜ ଦାମ୍ ଜାଣିପାରିବେ । ଏଥିରେ କୁହାଯାଇଛି କି ସବୁ ତଥ୍ୟ ଦେଇ ଜଣାପଡିବ କି କୌଣସି ବ୍ୟକ୍ତି କନ୍ୟାପକ୍ଷରୁ କେତେ ଯୌତୁକ ନେଇପାରିବ । କିନ୍ତୁ ଏଥିରେ ତଥ୍ୟ ଭରିବା ପରେ ଫଳାଫଳ କିଛି ଅଲଗା ହିଁ ଆସୁଛି । ଏଥିରେ ଯୌତୁକ ଯୋଗୁଁ ହେଉଥିବା ମହିଳାଙ୍କ ମୃତ୍ୟୁ ସଂଖ୍ୟା ନଜର ଆସୁଛି ।

 

View this post on Instagram

 

A post shared by Anupam Mittal (@anupammittal.me)

- Advertisement -

ତଥ୍ୟରେ ଉପଭୋକ୍ତାଙ୍କୁ ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି ସମେତ ଅନେକ ଜିନିଷ ଭରିବାକୁ କୁହାଯାଉଛି । ସେଥିରେ କ୍ଲିକ୍ କରିବା ପରେ ଆକଳନ ସାମ୍ନାକୁ ଆସୁଛି । ଏହି ଫିଚର ନେଇ ଅନୁପମ ମିତ୍ତଲ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ କ୍ୟାପ୍ସନରେ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ର ଫେମସ ଡାଇଲଗ୍ ‘ଏକ ଚୁଟକି ସିନ୍ଦୁର କି କିମତ୍ ତୁମ କ୍ୟା ଜାନୋଗେ ରମେଶ ବାବୁ’ ଲେଖାଯାଇଛି । ଭିଡିଓରେ ମିତ୍ତଲ କହୁଛନ୍ତି କି ଆଗରୁ ଯୌତୁକ ହିସାବ କରିବା ବହୁତ ସହଜ ଥିଲା । କିନ୍ତୁ ଆଜି କାଲି ଅନେକ ସମସ୍ୟା ବଢିଯାଇଛି ।

ଯୌତୁକ ଦାବି କରୁଥିବା ଲୋକଙ୍କ ପାଇଁ ମିତ୍ତଲଙ୍କ ଏହି ଭିଡିଓ ଏକ କଟାକ୍ଷ ସଦୃଶ । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮.୭୮ ଲକ୍ଷ ଲୋକ ଦେଖିସାରିଲେଣି ଯଦିଓ ୨୯ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଲୋକେ ଏଥିରେ ପ୍ରତିକ୍ରିୟା ରଖୁଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories