www.samajalive.in
Friday, December 5, 2025
23.1 C
Bhubaneswar

ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଉଛନ୍ତି କି? ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ

ସମାଜ ଡିଜିଟାଲ ଡେସ୍କ: କିଛି ଔଷଧ ଖାଲି ପେଟରେ ନିଆଯାଉଥିବା ବେଳେ ଅନେକ କିଛି ଔଷଧ ଖାଦ୍ୟ ଖାଇବା ପରେ ନେବାକୁ ପଡିଥାଏ। ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଯାୟୀ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାପରେ ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଇଥାନ୍ତି। ଆମେ ଖାଉଥିବା ଖାଦ୍ୟରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ଔଷଧକୁ ପ୍ରଭାବିତ କରିପାରେ। ଏହି କାରଣରୁ ଖାଦ୍ୟ ଖାଇବା ପରେ ସାଙ୍ଗେ ସାଙ୍ଗେ ଔଷଧ ଖାଇବା ଅନୁଚିତ।
ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇବାର ୧୦-୧୫ ମିନିଟ ପରେ ଔଷଧ ଗ୍ରହଣ କରିବା ଉଚିତ। ଖାଇବା ପରେ ତୁରନ୍ତ ଔଷଧ ନେବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଏପରି କରିବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣକୁ ପ୍ରଭାବିତ କରିଥାଏ। ଏହି କାରଣରୁ ଶରୀରରେ ଔଷଧର ପ୍ରଭାବ କମିଯାଏ। ଖାଦ୍ୟ ଓ ପାନୀୟ ଆମ ଶରୀର ଉପରେ ବହୁତ ପ୍ରଭାବ ପକାଏ। ଯେତେବେଳେ ଔଷଧ ଓ ଖାଦ୍ୟର ମିଶ୍ରଣ ଶରୀରରେ ଠିକ୍‍ ଭାବେ ହୁଏ ସେତେବେଳେ ଶରୀର ଶୀଘ୍ର ସୁସ୍ଥ ହୋଇଥାଏ। ଯେ କୌଣସି ରୋଗରୁ ମୁକ୍ତି ପାଇବାରେ ଖାଦ୍ୟ ପ୍ରମୁଖ ଭୂମିକା ଗ୍ରହଣ କରେ। ସୁସ୍ଥ ଖାଦ୍ୟ ଶୀଘ୍ର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଯଦି ଆପଣ କୌଣସି ଏକ ରୋଗରୁ ସୁସ୍ଥ ହେଉଛନ୍ତି ତେବେ ଜଣେ ଡାଏଟିସିଆନଙ୍କ ସାହାଯ୍ୟରେ ଏକ ଡାଏଟ ଚାଟ୍‍ ପ୍ରସ୍ତୁତ କରି ସେହି ହିସାରେ ଖାଦ୍ୟ ପାନୀୟ ଠିକ୍‍ ରଖିବେ। ଏବଂ ଔଷଧ ମଧ୍ୟ ସେହି ଅନୁସାରେ ଖାଇବେ। ଏହା ଦ୍ୱାରା ଆପଣ ସର୍ବଦା ସୁସ୍ଥ ରହିବେ।

 

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories