ସବଡିଭିଜନ୍ ଘୋଷଣା ଦାବି: ୧୨ଘଣ୍ଟିଆ ବିନିକା ବନ୍ଦ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବଡିଭିଜନ୍ ଘୋଷଣା ଦାବି ନେଇ ଆଜି (ମଙ୍ଗଳବାର) ବିନିକା ବନ୍ଦ ପାଳନ କରୁଛନ୍ତି ବିନିକା ବାସିନ୍ଦା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସହରରେ ଥିବା ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି। ରାସ୍ତା କଡରେ ଶହ ଶହ ଭାରି ଯାନ ଏବଂ ଛୋଟ ବଡ ଗାଡି ମଟର ଗୁଡିକ ଅଟକି ରହିଛି । ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ବନ୍ଦ ପାଳନରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ସୋମବାର ସହରବାସୀ ବୈଠକରେ ଏ ନେଇ ନିଷ୍ପତ୍ତି କରିବା ସହ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
Comments are closed.