ଋଣମୁକ୍ତ ହୋଇ ଆଶ୍ବସ୍ତ ହେବେ: ମଙ୍ଗଳବାର ରାଶିଫଳ

ମେଷ: ସରକାରୀ ଚାକିରିରେ ଥାଇ ବି ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିପାରନ୍ତି। ଅଜାତଶତ୍ରୁ ହେବେ। ଋଣମୁକ୍ତ ହୋଇ ଆଶ୍ବସ୍ତ ହେବେ। ସତ୍‌ସଙ୍ଗରୁ ଶାନ୍ତି ଓ ସୁଖ ପାପ୍ତି କରିବେ।

ବୃଷ: ଆଶା କରୁ ନଥିବା ସଂସ୍ଥାରୁ ଆର୍ଥିକ ଅନୁଦାନ ପାଇପାରନ୍ତି। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଆପଣ ଅର୍ଜନ କରିଥିବା କୀର୍ତ୍ତିର ସୀମା ନିର୍ଣ୍ଣୟ କରି ହେବନି। ତେଜସ୍ବୀ ହେବେ। ସୁସ୍ଥ ରହିବେ।

ମିଥୁନ: ଜଣେ କୃଷି ବିଶାରଦ ଭାବେ ସ୍ଥାନୀୟ କୃଷକମାନଙ୍କୁ ଦିଗ୍‌ଦର୍ଶନ ଦେଇ ଆତ୍ମତୃପ୍ତି ଲାଭ କରିବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆପଣଙ୍କ ଉଦାର ଚରିତରୁ ଜ୍ଞାନୀମାନେ ଅମୃତ ଆଶ୍ବାଦନ କରିପାରନ୍ତି।

କର୍କଟ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଭାଷା ଓ ସମ୍ବୋଧନ ସ୍ନେହ, ମମତାମୟ ହୋଇପାରେ। ଦୁଃସାହସିକ ପଦକ୍ଷେପ ନେଇ ନିହିତ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଭ୍ରାତୃତ୍ବ ବନ୍ଧନ ନିବିଡ଼ ହେବ।

ସିଂହ: ଜ୍ଞାନର ଅବତରଣ କରାଇ ନିର୍ଭରଶୀଳଙ୍କୁ ସନ୍ମାର୍ଗୀ କରାଇବାର ଉଦ୍ୟମ ଜାରି ରଖିବେ। ଆତ୍ମବିଶ୍ବାସ ଓ ଅବିରତ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ଆୟ ଆଶାତୀତ ହୋଇପାରେ।

କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଏକ ତେଜୋଦୀପ୍ତ ଆଭାରେ ଶରୀର ଆଚ୍ଛାଦିତ ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦ ଓ ପାରିବାରିକ ଶୁଭେଚ୍ଛା ଆତ୍ମ ତୃପ୍ତିର କାରଣ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତି ହୋଇପାରେ।

ତୁଳା: ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ମିଳିବ। ଲୋଭ, ମୋହ, କ୍ରୋଧ ଓ ମାୟାକୁ ଛିନ୍ନ କରି ଜନସାଧାରଣଙ୍କ ବିଶ୍ବାସଭାଜନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଫୁଲ୍ଲିତ ହେବେ। ସୁସ୍ଥ ରହିବେ।

ବିଛା: ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତିରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣି ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ ସ୍ବାଗତଯୋଗ୍ୟ ହେବ। ରାଜ ଦରବାରର ସମ୍ମାନ ଆର୍ଥିକ ପ୍ରୋତ୍ସାହନ ପାଇ ଉପକୃତ ହେବେ।

ଧନୁ: ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ। ଅନ୍ତର୍ନିହିତ ଗୁଣାଳବୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହେବେ।

ମକର: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖନ୍ତୁ। ଆପଣଙ୍କ କର୍ମ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ସୁସ୍ଥ ଜୀବନ ବିତାଇବେ।

କୁମ୍ଭ: ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହେବେ। ବ୍ରହ୍ମବାଦୀ ହେତୁ ଜୀବନକୁ ସମୃଦ୍ଧ ଓ ଶୃଙ୍ଖଳିତ କରିପାରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମୀନ: ସଚେତନତା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ମନକୁ ସାଧିଲେ ସବୁ ସାଧ୍ୟ ହୋଇପାରେ। ସପତ୍ନୀକ ସେବା ଧର୍ମରେ ଦୀକ୍ଷିତ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହୋଇପାରେ। ସୁଖୀ ହେବେ।

Comments are closed.