ବଲାଙ୍ଗୀର: ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବିରେ ଆଜି (ମଙ୍ଗଳବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ବଙ୍ଗୋମୁଣ୍ଡାବାସୀଙ୍କ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ଶିକ୍ଷାନୁଷ୍ଠାନକୁ ମଧ୍ୟ ବାଦ୍ ଦିଆଯାଇଛି। ବଙ୍ଗୋମୁଣ୍ଡାର ସମସ୍ତ ସଙ୍ଗଠନ ଏହି ବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ନୂତନ ଏନଏସି ଘୋଷଣା ତାଲିକାରୁ ବଙ୍ଗୋମୁଣ୍ଡା ବାଦ ପଡିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେପଟେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାକୁ ମଧ୍ୟ ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଏମ.ରାମପୁର ଏବଂ ଜଳେଶ୍ୱର ବାଲିଆପାଳ ମଧ୍ୟ ବନ୍ଦ ପାଳନ କରାଯାଉଛି ।
Popular Categories



